Latest Odisha News

BREAKING NEWS

ଦେଶରେ ବଢୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା, ୧୦% ତଳେ ପଜିଟିଭ୍ ହାର

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ କେସ୍ ୨ ଲକ୍ଷ ତଳକୁ ଖସିଛି । ପାଖାପାଖି ଦେଢ଼ ଲକ୍ଷକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୬୧ହଜାର ୩୮୬ ଆକ୍ରାନ୍ତ । ଦୈନିକ ସଂକ୍ରମଣ ତଳକୁ ତଳକୁ ଖସୁଛି । ଦେଶରେ ଦୈନିକ ପଜିଟିଭ୍ ହାର ୯.୨୬ ପ୍ରତିଶତ ରହିଛି ।

ସଂକ୍ରମଣ କମୁଥିଲେ ବି ଚିନ୍ତା ବଢ଼ାଉଛି ଦୈନିକ ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୧ହଜାର ୭୩୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ୧୧ଶହ ଥିଲା । ଗତ କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟାରେ ଅଚାନକ ବୃଦ୍ଧି ହେଉଛି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୯୭ହଜାର ୯୭୫କୁ ବୃଦ୍ଧି ପାଇଛି ।

ସଂକ୍ରମଣ ବଢୁଥିଲେ ବି ହସ୍ପିଟାଲରେ ଚାପ ନାହିଁ । ସୁସ୍ଥ ହାର ବଢୁଛି । ୨୪ ଘଣ୍ଟାରେ ୨ଲକ୍ଷ ୮୧ହଜାର କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ୧୬ଲକ୍ଷ ୨୧ହଜାର ୬୦୩ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ଖସୁଛି ।

Comments are closed, but trackbacks and pingbacks are open.