Latest Odisha News

BREAKING NEWS

ଆଜି ରାଜ୍ୟରୁ ବାହାରିଲେ ୩୪୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୩ରୁ ୪ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୪୫୦ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୦୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୩୮ । ୧୮ ବର୍ଷ ଭିତରେ ଆଉ ୪୩୬ ପଜିଟିଭ ବାହାରିଛନ୍ତି । ୧୦ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୨୮୭, କଟକରୁ ୨୦୨, ନୂଆପଡ଼ାରୁ ୧୮୧, ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି ଆଉ ୧୮୦ ସଂକ୍ରମିତ । ସେହିପରି ଅନୁଗୋଳରୁ ୧୫୨, ସମ୍ୱଲପୁରରୁ ୧୩୧, ନୟାଗଡ଼ରୁ ୧୨୫, ବାଲେଶ୍ୱରରୁ ୧୦୫, ବଲାଙ୍ଗିର ଜିଲ୍ଲାରୁ ଆଉ ୧୦୩ ଜଣ ଆକ୍ରାନ୍ତ ବାହାରିଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୫୫ହଜାର ୭୭୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୯ହଜାର ୩୧୩ ସଂକ୍ରମିତ । ଏବେ ରାଜ୍ୟରେ ୩୭ହଜାର ୭୬୨ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.