Latest Odisha News

BREAKING NEWS

ଶୋଇ ପଡିଥିଲା ଛାତ୍ର, ଉଠିଲା ବେଳକୁ ସ୍କୁଲରେ ତାଲା

ପଲାମୁ: ଝାରଖଣ୍ଡର ପଲାମୁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ ଷଷ୍ଠ ଶ୍ରେଣୀ ସ୍କୁଲରେ ଶୋଇ ପଡିଥିଲା । ଏହା କେହି ଜାଣି ପାରି ନ ଥିଲେ । ଶିକ୍ଷକମାନେ ଯାଂଚ କରିବା ପରେ ସ୍କୁଲରେ ତାଲା ପକେଇ ପଳାଇ ଯାଇଥିଲେ । ପିଲାଟିର ନିଦ ଭାଙ୍ଗିଲା ବେଳକୁ ସ୍କୁଲରେ ତାଲା । ୬ ଘଂଟା ପର୍ଯ୍ୟନ୍ତ ପିଲାଟି କାନ୍ଦିବା ପରେ ସେହି ବାଟ ଦେଇ ଯାଉଥିବା କେତେକ ଗ୍ରାମବାସୀଙ୍କ କାନରେ ଏହା ବାଜିଥିଲା । ସେମାନେ ସଦର ବିକାଶ ପଦାଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହ କବାଟ ଭାଙ୍ଗି ପିଲାଟିକୁ ଉଦ୍ଧାର କରିଥିଲେ । ଶିକ୍ଷକମାନଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଘରକୁ ପଳାଇ ଯାଇଥିଲେ । ଜିଲା ଶିକ୍ଷା ଅଧିକାରୀ ରଣଧୀର କୁଜୁର ଘଟଣାର ଯାଂଚ ପାଇ ସ୍କୁଲ ଯାଇ ତଦନ୍ତ କରିଥିଲେ ।

ସେ ଏହା ପରେ ସମସ୍ତ ଶିକ୍ଷକଙ୍କୁ ନୋଟିସ ଜାରୀ କରିଛନ୍ତି । ଉପଯୁକ୍ତ ଉତର ନ ମିଳିବା ପର୍ଯ୍ୟନ୍ତ ଦରମାକୁ ମଧ୍ୟ ବନ୍ଦ ରଖାଯାଇଛି । ଏତେ ମାତ୍ରାରେ ଦାୟିତ୍ୱହୀନତା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଏହି ସ୍କୁଲ ନାମରେ ଅନେକଗୁଡିଏ ଅଭିଯୋଗ ଆସିଛି । ଏବେ କଠୋର ପଦକ୍ଷେପ ଗ୍ରହଣ କରାଯିବ । ଭାଗ୍ୟବଶତଃ ଛାତ୍ରର କିଛି କ୍ଷତି ହୋଇ ନାହିଁ ।

Leave A Reply

Your email address will not be published.