Latest Odisha News

BREAKING NEWS

ମେ’ ୨ ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିବେ ନବୀନ

ଭୁବନେଶ୍ୱର: ଦୁଇଟି ଆସନରୁ ନିର୍ବାଚନ ଲଢୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମେ’ ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ଭରିବେ । ସେହିପରି ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ହିଞ୍ଜିଳି ଆସନରୁ ନାମାଙ୍କନ ଭରିବେ ନବୀନ । ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି ସୁପ୍ରିମୋ ନିର୍ବାଚନ ଲଢୁଛନ୍ତି । ତେବେ ନବୀନଙ୍କ ଗସ୍ତ ଓ ନାମାଙ୍କନ ପତ୍ର ଦାଖଲ ନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି ।

ତେବେ କଣ୍ଟାବାଞ୍ଜି ଗସ୍ତ ପରେ ନବରଙ୍ଗପୁର, କୋରାପୁଟ କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିବେ ନବୀନ ।

ତେବେ ନବୀନଙ୍କ ଗସ୍ତ ପୂର୍ବରୁ କଣ୍ଟାବାଞ୍ଜି ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଏବେ ଦଳକୁ ଅଡ଼ୁଆରେ ପକାଇ ଦେଇଛି । ସ୍ଥାନୀୟ ନେତୃତ୍ୱଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ସାଧାରଣ କର୍ମୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଛି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମେ’ ୧୧ ତାରିଖରେ ଶେଷ ହେବାକୁ ଥିବାବେଳେ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୪ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ । ଏଥି ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.