Latest Odisha News

BREAKING NEWS

ପୁରୀ କେନାଲରେ ବୁଡ଼ି ଛାତ୍ର ନିଖୋଜ; ମିଳୁନି ପତ୍ତା

ଭୁବନେଶ୍ଵର: ପୁରୀ ମୁଖ୍ୟ କେନାଲରେ ଭାସିଗଲେ ନାବାଳକ । ବାଲିଅନ୍ତା ରଙ୍ଗବଜାର ନିକଟ ପୁରୀ ମୁଖ୍ୟ କେନାଲରେ ଜଣେ ୧୭ବର୍ଷୀୟ ନାବାଳକ ଭାସିଯାଇ ନିଖୋଜଥିବା ଜଣାପଡିଛି । ନିଖୋଜ ଥିବା ନାବାଳକଜଣଙ୍କ ହେଉଛନ୍ତି ଝାରପଡା ଅଞ୍ଚଳର ଜୟଦେବ ପ୍ରସାଦ ।ଗତକାଲି ପୁରୀ କେନାଲକୁ ଗାଧୋଇବାକୁ ଆସିଥିଲେ ଜୟଦେବ । ଗାଧୋଇବା ସମୟରେ ତାଙ୍କର ଗୋଡ ଖସିଯିବାରୁ ସେ ପାଣିରେ ପଡିଯାଇଥିଲେ । କେନାଲର ପ୍ରଖର ସୁଅରେ ଭାସିଯାଇଥିଲେ ଜୟଦେବ । ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନଥିବା ବେଲେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବିଭାଗ ।

ସୂଚନା ଅନୁସାରେ, ଗତକାଲି ୪ଜଣ ସାଙ୍ଗ ବାଲିଅନ୍ତା ଥାନା ଅଲାରପୁର ନିକଟ ପୁରୀ କେନାଲରେ ଗଧୋଉଥିଲେ । ଗାଧୋଉଥିବା ବେଳେ ହଠାତ ଜୟଦେବଙ୍କର ପାଦ ଖସିଯାଇଥିଲା । କେନାଲର ପ୍ରଖର ସ୍ରୋତରେ ଭାସିଯାଇଥିଲେ ଜୟଦେବ । ଖବରପାଇ ବାଲିଅନ୍ତା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଜୟଦେବଙ୍କର କୌଣସି ପତ୍ତା ମିଳିନଥିଲା । ସନ୍ଧ୍ୟା ହୋଇଯିବାରୁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ବନ୍ଦ ରଖିଥିଲା । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । ନିଖୋଜ ଛାତ୍ର ଜଣକ ହେଉଛନ୍ତି ଝାରପଡା ଅଞ୍ଚଳର । ସେ ଭୁବନେଶ୍ଵର କେଭି-୧ର ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ର ।

 

Comments are closed.