Latest Odisha News

BREAKING NEWS

ଜଣେ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ନୂଆପଡ଼ା: ଶିକ୍ଷକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଏକାଠି ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଡ଼ମଝର ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ବିବାଦ ଦେଖା ଦେଇଛି । ଯାହାକୁ ନେଇ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନା ଅନୁସାରେ, କୋଭିଡ୍ ସମୟରେ ଡ଼ମଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିତେନ୍ଦ୍ର ପଣ୍ଡା ଓ ସହକାରୀ ଶିକ୍ଷକ ସୁରେଶ ଦୀପ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟରେ ଆସିଥିବା ଟଙ୍କ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବୋଡେନ ଥାନାରେ ମାମଲା ହୋଇଥିବା ବେଳେ ଶିକ୍ଷା ବିଭାଗ ୨ ଶିକ୍ଷକଙ୍କୁ ବଦଳି କରିଥିଲା ।

ଏବେ ପୁଣି ଥରେ ଡ଼ମଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରେଶ ଦୀପଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ବିରୋଧ କରିଛନ୍ତି । ବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ କରିଛନ୍ତି । ଶିକ୍ଷକଙ୍କ କୁଶପୁତଳିକାକୁ ଦାହ କରିଛନ୍ତି ।

ଶିକ୍ଷକ ଜଣକ ପୂର୍ବରୁ ନିୟମିତ ସ୍କୁଲ୍ ଆସୁ ନଥିବା, ପାଠ ପଢ଼ାଉ ନଥିବା, ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ହୋଇଥିଲା । ଏବେ ଅଭିଭାବକ ଝାରଣା ଦେଇଥିବା ବେଳେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.