କଟକ: ଚା’ ବିକୁଛନ୍ତି ଶିକ୍ଷିତ ଯୁବକ । ଆଜି ଏଭଳି ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି କଟକ ସହରରେ । ଆଜି ସାରା ବିଶ୍ୱରେ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ କଟକ ଜିଲ୍ଲାପାଳଙ୍କ ଅଫିସ ଆଗରେ କିନ୍ତୁ ଦେଖିବାକୁ ମିଳିଛି ନିଆରା ପ୍ରତିବାଦ ସଭା । ଏନଏସୟୁଆଇର କର୍ମକର୍ତ୍ତାମାନେ ବେରୋଜଗାରି ବିରୁଦ୍ଧରେ ଅଭିନବ ପନ୍ଥା ଅବଲମ୍ବନ କରି ପ୍ରତିବାଦ କରିଛନ୍ତି।
ସେମାନେ ବେରୋଜଗାରୀ ଟି ଷ୍ଟଲ ଖୋଲି କେନ୍ଦ୍ରସରକାରଙ୍କ ଛାତ୍ର ବିରୋଧୀ ନୀତିକୁ ବିରୋଧ କରିଛନ୍ତି। ସଂଗଠନ ଅଭିଯୋଗ କରିଛି କି ବର୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ନୀତି ପ୍ରଣୟନ ହେଉଛି ତାହା ଦ୍ୱାରା ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯଦି ଏହିଭଳି ଚାଲେ ତେବେ ଶିକ୍ଷିତ ଯୁବକମାନେ ନିଜର ପ୍ରତିପୋଷଣ କରିବା ପାଇଁ ଏହିଭଳି ଚା ଓ ପକୁଡି ବ୍ୟବସାୟ କରିବେ।
Comments are closed.