Latest Odisha News

BREAKING NEWS

ଟ୍ୱିଇଟରରେ ଟ୍ରେଣ୍ଡ କରୁଛି #NationalUnemploymentDay

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିବସ । ଏହି ଅବସରରେ ତାଙ୍କ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ କିଛି ଯୁବପିଢ଼ି ଟୁଇଟରରେ #NationalUnemployment ଅଭିଯାନ ଆରମ୍ଭ କରିଛନ୍ତି। ଯାହା ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି ।

କିଛି ଟ୍ୱିଟର ବ୍ୟବହାରକାରୀ ଆଜି ସର୍ବନିମ୍ନ ଜିଡିପି ହ୍ରାସ,  ସ୍ୱଳ୍ପ କୃଷି ଆୟ, ଉଚ୍ଚ ଜିଏସ୍‌ଟି, ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ଇତ୍ୟାଦି ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ କରିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରୁନାହୁଁ। ଦେଶରେ ବେକାରି ସମସ୍ୟା ପ୍ରତି ପ୍ରଧାନମନ୍ତ୍ରୀ ଧ୍ୟାନ ଦିଅନ୍ତୁ ବୋଲି ଆମେ ଚାହୁଁଛୁ। ତେଣୁ ବେକାରି ସମସ୍ୟାକୁ ନେଇ ଜାଗ୍ରତ ହୁଅନ୍ତୁ ଏବଂ ଜୁଲମ ବନ୍ଦ କରନ୍ତୁ । ଅନ୍ୟ ଜଣେ ଟ୍ୱିଟ୍ କରି କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଅପେକ୍ଷା ବେକାରି ସମସ୍ୟା ଅଧିକ ବିପଜ୍ଜନକ । ରୋଜଗାର ହେଉଛି ଯୁବକମାନଙ୍କ ଅଧିକାର | ସେମାନେ ସେମାନଙ୍କର ଅଧିକାର ପାଇଁ ଲଢ଼ିବେ। ଜୁମଲାବାଜୀ ବନ୍ଦ କର, ରୋଜଗାର ଦିଅ।।

ଦେଶର ଯୁବପିଢ଼ିଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ #NationalUnemployment ଡେ’ ଅଭିଯାନରେ ସାମିଲ ହୋଇ ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ଟୁଇଟ୍ କରିଛନ୍ତି । ସେପଟେ ଦେଶର ବିଭିନ୍ନ ସ୍ଥାନରେ ବେରୋଜଗାର ଦିବସ ପାଳନ କରାଯାଇଥିବା ଦେଖାଯାଇଛି।

Leave A Reply

Your email address will not be published.