Latest Odisha News

BREAKING NEWS

ମାଟ୍ରିକ ରେଜଲ୍ଟରେ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ କେବଳ ଅଫଲାଇନ୍ ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ କର୍ତ୍ତୃପକ୍ଷ

କଟକ: ରାଜ୍ୟରେ କରୋନା ଯୋଗୁ ମାଟ୍ରିକ ପରୀକ୍ଷା ବାତିଲ ହେଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷର ନିଆଁ ଜଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକ ରେଜଲ୍ଟକୁ ନେଇ ନାଖୁସ୍ । ଗତକାଲି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପରେ ଆଜି ପ୍ରେସମିଟର ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ବନ୍ଦ୍ବ ଦୂର ପାଇଁ କେମିତି ଓ କିଭଳି ମୂଲ୍ୟାୟନ ହୋଇଛି ବିସ୍ତୃତ ଭାବରେ କହିଛନ୍ତି ।

ମୂଲ୍ୟାୟନ ପ୍ରକ୍ରିୟା ବାବଦରେ ସବୁକିଛି ବୋର୍ଡ ଓ୍ୱେବସାଇଟରେ ଉଲ୍ଲେଖ ରହିଥିଲା । ପରୀକ୍ଷା ବାତିଲ ପରେ ମୂଲ୍ୟାୟନ ବାବଦରେ ବରିଷ୍ଠ ଶିକ୍ଷାବିତଙ୍କ ସହ ଆଲୋଚନା କରିଥିଲେ ବୋର୍ଡ କର୍ତ୍ତୃପକ୍ଷ । ସବୁ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ସହ ବି ଆଲୋଚନା ହୋଇଥିଲା । ସ୍ୱତନ୍ତ୍ର କୋର୍ କମିଟି ଗଠନ କରି ମୂଲ୍ୟାୟନର ତର୍ଜନା ହୋଇଥିଲା ।
ସିବିଏସଇ ଗୋଟିଏ ରେଫରେନ୍ସ ନେଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ବିଗତ ୪ ବର୍ଷର ସର୍ବୋତ୍ତମ ଫଳାଫଳକୁ ଆଧାର କରି ରେଜଲ୍ଟ ପ୍ରକାଶ କରିଛି । ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ବାତିଲ ହୋଇଥିଲା ।

ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । କେବଳ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଅଫଲାଇନ୍ ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଅଫଲାଇନ୍ ପରୀକ୍ଷା ପାଇଁ ଜୁଲାଇ ୫ରୁ ଫର୍ମ ପୂରଣ ହେବ । ଯୁକ୍ତ ଦୁଇ ନାମଲେଖାରେ ସମସ୍ୟା ହେବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.