Latest Odisha News

ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଭଦ୍ରକରେ ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ

ଭଦ୍ରକ : ଜୋର ଧରିଲା ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି । ଏହାସହ କ୍ବାଟର୍ଲି ପରୀକ୍ଷା ଅନୁଯାୟୀ ମାର୍କ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଏନେଇ ୪ ଥର ଆନ୍ଦୋଳନ ହୋଇଥିବା ବେଳେ, ସରକାରଙ୍କ ପକ୍ଷରୁ କୌଣସି କୌଣସି ନିଷ୍ପତ୍ତି ନିଆଯାଉନାହିଁ । ଯାହାକୁ ନେଇ ଆଜି ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜ ଛକ ଓଭରବ୍ରିଜ ନିକଟ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ ।

ଯୁକ୍ତ ଦୁଇ ପରୀକ୍ଷା କରିବାକୁ ରାଜ୍ୟ ସରକାର ଏକ ରକମ ନିଷ୍ପତ୍ତି ନେବା ପରେ ଏହାକୁ ନେଇ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବାରେ ଲାଗିଛନ୍ତି । ତୁରନ୍ତ ପରୀକ୍ଷା କରିବା ନିଷ୍ପତ୍ତିକୁ ବାତିଲ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଚଳିତ ବର୍ଷ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଛି । ଅନଲାଇନ ପାଠପଢାରେ କୋର୍ସ ଶେଷ ହୋଇନାହିଁ । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଇଛି । ତେଣୁ ଅଫଲାଇନ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝସୁଝା କରିବା ପରେ ଆନ୍ଦୋଳନରୁ ହଟିଥିଲେ ଛାତ୍ରଛାତ୍ରୀ ।

Comments are closed, but trackbacks and pingbacks are open.