Latest Odisha News

BREAKING NEWS

ଆଇଜିଆଇଟି ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି, ୫ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ସାରଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଜିଆଇଟି) ହଷ୍ଟେଲରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି ।

ଆହତ ଛାତ୍ରମାନଙ୍କୁ ତାଳଚେର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଭାସ୍କର ଭବନ ହଷ୍ଟେଲରେ ଗୁରୁବାର ରାତିରେ ବରିଷ୍ଠ ଓ କନିଷ୍ଠ ଛାତ୍ରଙ୍କ ମଧ୍ୟରେ କୌଣସି କାରଣବଶତଃ ବଚସା ହୋଇଥିଲା । ପରବର୍ତ୍ତି ସମୟରେ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ଉଗ୍ରରୂପ ଧାରଣ କରିଥିବା ବେଳେ ଉକ୍ତ ସଂଘର୍ଷରେ ହଷ୍ଟେଲରେ ବ୍ୟାପକ ଭଙ୍ଗାରୁଜା ହୋଇଛି ।

ଖବର ପାଇ ପରଜଙ୍ଗ ଓ ସାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିଥିଲେ । ତେବେ ଏନେଇ ପରଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.