ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶହ ଶହ ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି ।
ଖବର ଅନୁଯାୟୀ, କରୋନା ପରିସ୍ଥିତିରେ କ୍ଲାସ ଓ ପାଠପଢ଼ା ସଠିକ୍ ହୋଇନାହିଁ । କରୋନା ଯୋଗୁଁ ଚଳିତବର୍ଷ ବହୁ ବିଳମ୍ବରେ କଲେଜ ଗୁଡ଼ିକ ଖୋଲିଥିଲା । କୋର୍ସ ସରିନଥିବାବେଳେ ପାଠପଢ଼ା ମଧ୍ୟ କମ ହୋଇଛି । ଯାହାକୁ ନେଇ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରଛାତ୍ରୀ ଦାବି କରୁଛନ୍ତି । କରୋନା କିଛିକାଂଶରେ କମିବା ପରେ ଗତ ବର୍ଷ ୬ ମାସ ପାଇଁ କଲେଜ ଖୋଲିଥିଲା । ୩ମାସରେ ୩ଟି କ୍ୱାର୍ଟର ପରୀକ୍ଷା ହେଲା ।
ଆଉ ୩ ମାସ ପାଠପଢ଼ା ହୋଇଥିବାବେଳେ ବର୍ଷକର ପାଠ କଣ ଶେଷ ହୋଇପାରିବ ନେଇ ସେ ନେଇ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ଏହାସହ କୋର୍ସ ସରିନଥିବାବେଳେ ପରୀକ୍ଷା କିପରି ଦେବୁ ବୋଲି ମଧ୍ୟ କହିଛନ୍ତି ଛାତ୍ରଛାତ୍ରୀ । ଏପଟେ ଅନଲାଇନ୍ କ୍ଲାସ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ତେଣୁ ପରୀକ୍ଷା ବାତିଲ କରାଯାଇ କ୍ୱାର୍ଟର ପରୀକ୍ଷା ଆଧାରରେ ମାର୍କ ପ୍ରଦାନ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
Comments are closed.