Latest Odisha News

BREAKING NEWS

ଉତ୍ତର ପ୍ରଦେଶରେ ୧୫ ଫେବୃଆରୀ ଯାଏଁ ସ୍କୁଲ-କଲେଜ ବନ୍ଦ, ଜାରି ରହିବ ଅନଲାଇନ୍ ପାଠପଢ଼ା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶରେ ପୁଣି ଥରେ ସ୍କୁଲ, କଲେଜ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନ ୩୦ ଜାନୁଆରୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ, ଯାହାକୁ ବୃଦ୍ଧି କରି ଫେବୃଆରୀ ୧୫ ଯାଏଁ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହିଭଳି ପଦକ୍ଷେପ ନିଆଯାଇଛି ।

ଏହି ମଧ୍ୟରେ ଅନଲାଇନ୍ କ୍ଲାସକୁ ପୂର୍ବଭଳି ଜାରି ରଖିବା ପାଇଁ କୁହାଯାଇଛି । ପୂର୍ବରୁ ଦୁଇ ଥର ସ୍କୁଲ ବନ୍ଦର ଅବଧିକୁ ବୃଦ୍ଧି କରାଯାଇଛି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୬ ଜାନୁଆରୀ ଯାଏଁ ସ୍କୁଲ ବନ୍ଦ କରାଯାଇଥିଲା । ଗତ ସପ୍ତାହରେ ତାହା ପୁଣି ବୃଦ୍ଧି କରି ୨୩ଜାନୁଆରୀ ପରେ ୩୧ଜାନୁଆରୀ ପର୍ଯ୍ୟନ୍ତ କରାଯାଇଥିଲା । ବର୍ତ୍ତମାନ ତୃତୀୟ ଥର ପାଇଁ ୧୫ଫେବୃଆରୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯାଇଛି ।

ସୂଚନା ଅନୁସାରେ, ୟୁନିଭରସିଟି, କଲେଜର ସେମିଷ୍ଟାର ପରୀକ୍ଷା ପୂର୍ବରୁ ସ୍ଥଗିତ କରିଦିଆଯାଇଛି । ୧୬ ଜାନୁଆରୀରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ସେମିଷ୍ଟାର ପରୀକ୍ଷା ଆଗାମୀ ଦିନ ବାହାରିବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଅଫଲାଇନ୍ କ୍ଲାସ ଅନୁମତି ମିଳିବା ପରେ ସେମିଷ୍ଟାର ପରୀକ୍ଷା ସମ୍ଭବ ହୋଇପାରିବ । ଯଦିଓ ଉତ୍ତର ପ୍ରଦେଶରେ କୋଭିଡ଼ ମାମଲା ହ୍ରାସ ପାଇଛି, ତଥାପି ରାଜ୍ୟରେ ସକ୍ରିୟ ସଂଖ୍ୟା ୮୦ହଜାର ୩୪୨ ରହିଛି । ରାଜ୍ୟରେ ବୁଧବାର ଦିନ ୧୦ହଜାର ୯୩୭ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

Comments are closed, but trackbacks and pingbacks are open.