Latest Odisha News

ଦାଢୀ କାଟିବାକୁ ଛାତ୍ରଙ୍କୁ କରାଯାଉଛି ବାଧ୍ଯ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ କଲେଜରେ ପଢୁଥିବା ଜମ୍ମୁ କାଶ୍ମୀରର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ କଲେଜ ପ୍ରଶାସନ ସେମାନଙ୍କୁ ଜୋର ଜବରଦସ୍ତ କରି ଦାଢି କାଟିବାକୁ ବାଧ୍ଯ କରୁଛନ୍ତି। ହାସନ ଜିଲ୍ଲାର ସରକାରୀ ନର୍ସିଂ କଲେଜର ଛାତ୍ରମାନେ ଦାବି କରିଛନ୍ତି ଯେ ସେମାନେ ଦାଢି ନ କାଟିଲେ କଲେଜରେ ଆବସେଣ୍ଟ ପକାଇ ଦେଉଛନ୍ତି।

ଛାତ୍ରମାନଙ୍କ କହିବାନୁସାରେ, ସେଠାରେ ପ୍ରାୟ ୨୪ କାଶ୍ମୀରୀ ଛାତ୍ର ପଢୁଛନ୍ତି। ତେବେ ସେମାନଙ୍କୁ ଦାଢି ଟ୍ରିମ କିମ୍ବା କ୍ଲିନସେଭ୍ କରିବାକୁ କୁହାଯାଉଛି। ତେବେ ଦାଢି ନ କାଟିବାରୁ ସେମାନଙ୍କୁ ଆବସେଣ୍ଟ କରିଦିଆଯାଉଛି ଯାହାଦ୍ୱାରା ସେମାନଙ୍କ ଏକାଡେମିକ୍ ରେକର୍ଡ  ଖରାପ ହେଉଛି।

ଏହାକୁ ନେଇ ଜମ୍ମୁ କାଶ୍ମୀର ଛାତ୍ର ସଙ୍ଗଠନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏହି ବିଷୟରେ ଚିଠି ଲେଖି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି ଯେ ଏହିପରି ଭାବେ ଚାପ ପକାଇ ଛାତ୍ରମାନଙ୍କର ସାଂସ୍କୃତିକ ତଥା ଧାର୍ମିକ ଅଧିକାରର ଉଲ୍ଲଂଘନ କରାଯାଉଛି। ତେବେ ଏହା ଦ୍ବାରା ସେମାନଙ୍କ ଶିକ୍ଷା ପ୍ରଭାବିତ ହେଉଥିବା ନେଇ ଅଭିଯୋଗ କରିଛନ୍ତି।

 

Comments are closed.