Latest Odisha News

ଆପଣ ଜାଣନ୍ତି କି ଏହି କ୍ରିକେଟରଙ୍କୁ, ଯାହାଙ୍କର ରହିଛି ୫୦୦ରୁ ଅଧିକ ଗର୍ଲଫ୍ରେଣ୍ଡ

ଭୁବନେଶ୍ୱର: ବିଶ୍ୱ କ୍ରିକେଟରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ କି ସେମାନଙ୍କ ପ୍ରଦର୍ଶନ ବଳରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ କିଣିଛନ୍ତି । ଏହା ବ୍ୟତୀତ ଆହୁରି କେତେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କ ଷ୍ଟାରଡମକୁ ବ୍ୟଳସପୂର୍ଣ୍ଣ ଢ଼ଙ୍ଗରେ କାଟିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଟିନୋ ବେଷ୍ଟ । ନିକଟରେ ସେ ତାଙ୍କର ଏକ ପୁସ୍ତକ ମାଇଣ୍ଡ ଦି ୱିଣ୍ଡୋ ମାଇ ଷ୍ଟୋରୀରେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଏଥିରେ ୫୦୦ ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କ ସ୍ଥାପନ କରିଥିବା ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ଏବେ ସେ ଲିଜେଣ୍ଡସ ଲିଗ କ୍ରିକେଟ ଖେଳିବା ପାଇଁ ଭାରତ ଆସିଛନ୍ତି । ସେ ତାଙ୍କ ପୁସ୍ତକରେ ଲେଖିଛନ୍ତ ମୁଁ ବୋଧହୁଏ ପୃଥିବୀର ସବୁଠାରୁ ସୁନ୍ଦର କୃଷ୍ଣ ରଙ୍ଗର ବ୍ୟକ୍ତି ।

ମୋତେ ଝିଅମାନେ ପସନ୍ଦ କରନ୍ତି ଆଉ ମୁଁ ବି ସେମାନଙ୍କୁ ଭଲ ପାଏ । ବୋଧହୁଏ ସେଥିପାଇଁ ମୋ ବନ୍ଧୁମାନେ ମୋତେ ବ୍ଲାକ ବ୍ରାଡ ପିଟ ବୋଲି ଡାକିଥାନ୍ତି । କ୍ରିକେଟ ଖେଳୁଥିବା ବେଳେ ଏହି ପେସ ବୋଲର ପଡିଆରେ ଉଗ୍ର ବ୍ୟବହାର ନେଇ ବଦନାମ ଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ସେ ୨୫ ଟେଷ୍ଟ, ୨୬ ଦିନିକିଆ ଓ ୬ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ୫୭, ଦିନିକିଆରେ ୩୪ ଓ ଟି୨୦ରେ ୬ ୱିକେଟ ଅକ୍ତିଆର କରିଛନ୍ତି । ୨୦୦୩ ସେ ତାଙ୍କ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ।

Leave A Reply

Your email address will not be published.