Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ରଛାତ୍ରୀଙ୍କ STPI ପରିଦର୍ଶନ 

ବିଶ୍ୱ ବିଜ୍ଞାନ ଦିବସ ଅବସରରେ ସାଇ ଇଣ୍ଟରନ୍ୟାସନାଲର ଛାତ୍ରଛାତ୍ରୀ STPI ପରିଦର୍ଶନ କରିଛନ୍ତି । ୩୦ ଜଣ ଛାତ୍ରଛାତ୍ରୀ ସଫ୍ଟୱେର ଟେକନଲୋଜି ପାର୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପରିଦର୍ଶନରେ ଯାଇଥିଲେ । ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ କ୍ୟାମ୍ପସ୍, ଡାଟା ସେଣ୍ଟର, ଇକୋକ୍ରୋପ୍ରେନର ପାର୍କ, ଫେବ୍ରିକେସନ୍ ଲ୍ୟାବ, ଷ୍ଟାଣ୍ଡାର୍ଡ଼ ଡାଟା ସେଣ୍ଟର ଆଦି ବୁଲି ଦେଖୁଥିଲେ ।

ଛାତ୍ରଛାତ୍ରୀମାନଙ୍କ ମନରେ ଉଦ୍ୟୋଗପତି ହେବାର ଆଗ୍ରହ, ଡିଜିଟାଲ୍ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ସହ ପ୍ରଯୁକ୍ତିବିଦ୍ୟାରେ ଭାରତକୁ ସୁପର ପାୱାର କରିବା ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏସଟିପିଆଇ ଭୁବନେଶ୍ୱରରେ ଅନେକ ଷ୍ଟାର୍ଟଅପ୍ ଫିନଟେକ୍ କମ୍ପାନୀ ଯେପରିକି ଆଇସର୍ଭୟୁ, ପିନାକିଲ୍ ସଫ୍ଟୱେର, ଇଣ୍ଟେଲିବିଏମ୍, ନୋକିଆ ସିମେନ ,ସେଣ୍ଟ୍ରାଲ୍ ବ୍ୟାଙ୍କ ପରି ଅନେକ ସଂସ୍ଥା ରହିଛି ।

ଏସଟିପିଆଇ ଦ୍ୱାରା ଆୟୋଜିତ କୁଇଜ୍ ପ୍ରତିଯୋଗୀତାରେ ସାଇ ଇଣ୍ଟରନ୍ୟାସନାଲ୍ ସହ ଅନ୍ୟାନ୍ୟ ସ୍କୁଲ ମଧ୍ୟ ଭାଗନେଇଥିଲେ । ଏହି ପ୍ରତିଯୋଗୀତାରେ ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ୍ ସ୍କୁଲର ଦୁଇଜଣ ପ୍ରଥମ ଏବଂ ତୃତୀୟ ସ୍ଥାନ ଅଧୁକାର କରିଥିବାବେଳେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଜଣେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।

 

Leave A Reply

Your email address will not be published.