Latest Odisha News

ଶୁଣିଲାନି ପ୍ରଶାସନ, କୋଡ଼ି କୋଦାଳ ଧରି ରାସ୍ତା କାମ କଲେ ଛାତ୍ର

ସୋନପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୌଡ଼ଗାଁରେ ରାସ୍ତା ମରାମତି କରିଛନ୍ତି କୋମଳମତି ଛାତ୍ର । ନିଜ କାମ ନିଜେ କର ଢଙ୍ଗରେ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା କିଛି ଛାତ୍ର ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ମାଟି ପକାଇ ଠିକ କରୁଥିବା ଦେଖିବାକୁ ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗୌଡ଼ଗାଁରୁ ଉଲୁଣ୍ଡା ବ୍ଲକ ସଦରକୁ ସଂଯୋଗ କରୁଥିବା ମଟିରାସ୍ତାଟି ଖାଳଖମାରେ ଭର୍ତି ହୋଇ ରହିଛି । ଏହି ରାସ୍ତା ଦେଇ ପ୍ରତ୍ୟକ ଦିନ ଶହଶହ ଛାତ୍ରଛାତ୍ରୀ ପାଠ ପଢିବାକୁ ଯାଇଥାନ୍ତି । ରାସ୍ତାର ମରାମତି କାର୍ଯ୍ୟ ଦୀର୍ଘଦିନରୁ କରାଯାଉନଥିବାରୁ ରାସ୍ତାରେ ବଡ଼ବଡ଼ ଖାଲଖମା ହୋଇଯାଇଥିଲା।

ଏନେଇ ଗ୍ରାମବାସୀ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ପର‌୍ୟ୍ୟନ୍ତ ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳିପାରିନଥିଲା ।

ପରିଶେଷରେ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଥିଲେ ଏହି ଗ୍ରାମର କିଛି କୋମଳମତି, ନିଜେ ହାତରେ କୋଡ଼ି କୋଦାଲ ଧରି ରାସ୍ତା ମରାମତି କରୁଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.