Latest Odisha News

BREAKING NEWS

ବିଶ୍ୱବିଦ୍ୟାଳୟର ଅଜବ ପରୀକ୍ଷା; ଫୁଲମାର୍କ ୧୦୦ରୁ ପିଲା ରଖିଲେ ୧୧୫

ମୁମ୍ବାଇ:ପରୀକ୍ଷାରେ ଆଶା କରିଥିବା ନମ୍ବରରୁ ଅଧିକ ପାଇଲେ ସମସ୍ତଙ୍କୁ ଖୁସି ଲାଗେ । ମୁମ୍ବାଇ ବିଶ୍ୱ ବିଦ୍ୟାଳୟର କିଛି ପିଲାଙ୍କୁ ମିଳିଥିଲା ଆଶାତୀତ ନମ୍ବର ଏବେ ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶ୍ୱବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ୫ମ ସେମିଷ୍ଟାର ଗଣିତ ପରୀକ୍ଷାରେ ୧୧୫ ନମ୍ବର ରଖିଛନ୍ତି । ସବୁଠାରୁ ମଜା କଥା ହେଉଛି ଗଣିତର ଫୁଲମାର୍କ ୧୦୦ ଥିବାବେଳେ ପିଲାମାନେ ୧୧୫ ପାଇଛନ୍ତି । ୬ ଜଣ ପିଲାଙ୍କ ମଧ୍ୟରୁ କିଛି ପିଲା ୧୧୫ ରଖିଥିବାବେଳେ ୨ ଜଣ ୧୦୪ ରଖିଛନ୍ତି ।

ମୁମ୍ବାଇ ୟୁନିଭର୍ସିଟିର ବିଏସସି ମାଥମାଟିକ୍ସ ୫ମ ସେମିଷ୍ଟର ପରୀକ୍ଷା ଗତ ନଭେମ୍ବର ହୋଇଥିଲା । ଗତ ଶୁକ୍ରବାର ଏହାର ଫଳାଫଳ ପ୍ରକାଶ ପାଇଥିଲା । ରେଜଲ୍ଟ ପ୍ରକାଶ ପାଇବା ପରେ ଏପରି ବିଭ୍ରାଟ ସାମ୍ନାକୁ ଆସିଛି ।

ଖାଲି ଏତିକି ନୁହେଁ, ଆହୁରି ଅନେକ ବିଭ୍ରାଟ ମଧ୍ୟ ସାମ୍ନାକୁ ଆସିଛି । କିଛି ପିଲା ପରୀକ୍ଷା ଦେଇଥିବାବେଳେ ସେମାନେ ଅନୁପସ୍ଥିତି ଥିବା ଉଲ୍ଲେଖ ରହିଛି । ଏପରି ତ୍ରୁଟିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହ ତୁରନ୍ତ ଏହାକୁ ସୁଧାରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ପିଲାଙ୍କୁ ପରୀକ୍ଷା ଖାତାରେ ଅଧିକ ନମ୍ବର ଦିଆଯାଉଛି । ଏହା ପରୀକ୍ଷା ଖାତା ଦେଖାର ଦୁର୍ବଳତାକୁ ସାମ୍ନାକୁ ଆଣିଛି ବୋଲି ଜଣେ ସିନେଟ ମେମ୍ବର କହିଛନ୍ତି  ।

Leave A Reply

Your email address will not be published.