Latest Odisha News

BREAKING NEWS

୭୦୦ ଲୋକଙ୍କୁ ଗୋଟିଏ ନଳକୂପ, ଅଚଳକୁ ସଜାଡ଼ୁନି ପ୍ରଶାସନ

ଜୟପୁର: ଖରା ଆରମ୍ଭ ହେଲାଣି ହେଲେ ପ୍ରଶାସନର ନିଘା ନାହିଁ । ମାସ ମାସ ଧରି ନଳକୂପ ଅଚଳ ହୋଇ ପଡ଼ିଥିଲେ ବି ମରାମତି ହେଉନି । ଫଳରେ ଲୋକେ କିଲୋ କିଲୋ ମିଟର ଚାଲି ଚାଲି ଯାଇ କୂଅ ଓ ପୋଖରି ପାଣି ପିଉଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଇଛି ଜଳକଷ୍ଟ । ନୂଆ ଗାଁ ପଞ୍ଚାୟତ ରୋନୂଆ ଗାଁ ହରିଜନ ସାହିରେ ପ୍ରାୟ ୭୦୦ ଲୋକ ରହୁଥିବା ବେଳେ ୩ଟି ନଳକୂପ ରହିଛି ।

୩ ମାସ ହେଲା ୨ଟି ନଳକୂପ ଅଚଳ ହୋଇ ପଡ଼ିଛି । ନଳକୂପ ଖରାପ ହେବା ନେଇ ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କୁ ଭେଟି ଜଣାଇଛନ୍ତି । ହେଲେ ଖରା ବଢ଼ୁଥିଲେ ମଧ୍ୟ ପ୍ରଶାସନ ନଳକୂପ ସଜାଡ଼ୁନି । ଗୋଟିଏ ନଳକୂପ ଉପରେ ୧୧୦ ପରିବାର ନିର୍ଭର କରୁଥିବାରୁ ପାଣି ପାଇଁ ଅନେକ ସମୟରେ ଝଗଡ଼ା ହେଉଛି ।

ଫଳରେ ବାଧ୍ୟ ହୋଇ ଲୋକେ ଗାଁ ଠାରୁ ଦୂରରେ ଥିବା କୂଅରୁ ପାଣି ଆଣୁଛନ୍ତି । ଖରା ବଢ଼ୁଥିବାରୁ କୂଅର ଜଳସ୍ତର ଖସିବାରେ ଲାଗିଛି । ଅନ୍ୟପଟେ ପ୍ରଶାସନ କେବେ ଅଚଳ ନଳକୂପର ମରାମତି କରିବ ତାକୁ ଚାହିଁ ରହିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.