Latest Odisha News

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ମହୁମାଛି ଆକ୍ରମଣ; ଶିକ୍ଷକଙ୍କ ସହ ୧୦ ଛାତ୍ରଛାତ୍ରୀ ଗୁରୁତର

କେନ୍ଦୁୂଝର:ମାଟ୍ରିକ ପରୀକ୍ଷା କେନ୍ଦ୍ର ଆଗରେ ମହୁମାଛି  ଆକ୍ରମଣ  । ମହୁମାଛି ଆକ୍ରମଣରେ  ଜଣେ ଶିକ୍ଷକଙ୍କ ସହିତ ୧୦ ଜଣ  ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ।

ଆଜି ସକାଳ ୭ଟା ୩୦ ବେଳେ ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ସାମ୍ନାରେ ଜମିଥିଲା ପିଲାଙ୍କ ଭିଡ ।   ପରୀକ୍ଷା ଦେବା ପାଇଁ ପିଟାପିଟି, ମନୋହରପୁର ଓ ଜିରାଙ୍ଗ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଗେଟ ପାଖରେ  ରୁଣ୍ଡ ହୋଇଥିଲେ ।  ଏହି ସମୟରେ ଏକାଧିକ ମହୁମାଛି  ମାଡି ଆସିଥିଲେ ।  ସ୍କୁଲ ପାଖରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ବରଗଛରେ ମହୁମାଛି ବସା କରିଛନ୍ତି ।  ସେଇଠୁଁ ମହୁମାଛି ଆସିଥିଲେ ।  ପରୀକ୍ଷା କେନ୍ଦ୍ରକୁ ଆସୁଥିବା ପିଟାପିଟି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କିଶୋରଚନ୍ଦ୍ର ମହାନ୍ତି ପ୍ରଥମରେ ଆକ୍ରମଣ ର ଶୀକାର ହୋଇଥିଲେ । ମହୁମାଛି ଆକ୍ରମଣରେ ସେ ତଳେ ପଡିଯାଇ ଆହତ ହୋଇଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ମହୁମାଛିଙ୍କଠାରୁ ବଞ୍ଚିବା ପାଇଁ  ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ଛାଡି ଦୌଡ଼ି ଥିଲେ । ତଥାପି ଅନେକ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି ।  ମହୁ ମାଛି ଙ୍କ ଦଂଶନ ସତ୍ୱେ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ଶେଷ ହେବାପରେ ୧୦ ଜଣ ଛାତ୍ର ଛାତ୍ରୀଙ୍କୁ ଚିକତ୍ସା କରାଯାଇଛି  । ବିଶ୍ୱନାଥ ଜୁଆଙ୍ଗ ନାମକ ଜଣେ ଛାତ୍ରଙ୍କୁ ଚିକିତ୍ସା କରାଗଲାପରେ ସେ ପରୀକ୍ଷା ଦେଇପାରିଛନ୍ତି । ମହୁମାଛିଙ୍କ ଆକ୍ରମଣରେ ଯନ୍ତ୍ରଣା ହେବାରୁ ପରୀକ୍ଷା ଭଲ ହୋଇନାହିଁ ବୋଲି ଛାତ୍ର ଛାତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.