Latest Odisha News

କୋଭାକ୍ସିନ୍, କୋଭିଶିଲ୍ଡ ଟିକା ମିଶ୍ରଣ ଉପରେ ଅଧ୍ୟୟନକୁ ଡିସିଜିଆଇର ଅନୁମୋଦନ

ନୂଆଦିଲ୍ଲୀ: ଦୁଇଟି ପୃଥକ୍‌ ଟିକାର ମିଶ୍ରଣ ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ କି ନାହିଁ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଜଣେ ବ୍ୟକ୍ତି ଉଭୟ କୋଭାକ୍ସିନ୍‌ ଓ କୋଭିଶିଲ୍ଡ ଟିକା ନେଇପାରିବ କି ନାହିଁ ତାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଭାରତରେ କୋଭାକ୍ସିନ ଏବଂ କୋଭିଶିଲ୍ଡ କରୋନା ଟିକା ମିଶ୍ରଣ ଉପରେ ଅଧ୍ୟୟନ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏହାର ଅନୁମୋଦନ ଦେଇଛି। ଏହି ଅଧ୍ୟୟନ ଏବଂ ଏହାର କ୍ଲିନିକାଲ୍ ପରୀକ୍ଷା ଖ୍ରୀଷ୍ଟିଆନ ମେଡିକାଲ୍ କଲେଜ, ଭେଲୋର ଦ୍ୱାରା ପରିଚାଳିତ ହେବ।

ଜୁଲାଇ ୨୯ରେ, କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (CDSCO)ର ଏକ ବିଶେଷଜ୍ଞ କମିଟି ଏହି ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ।

ଏହାର ବୈଠକରେ ବିଶେଷଜ୍ଞ କମିଟି CMC, ଭେଲୋରକୁ କୋଭିଡ-୧୯ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡର ମିଶ୍ରଣ ପାଇଁ ୩୦୦ ସୁସ୍ଥ ସ୍ବେଚ୍ଛାସେବୀଙ୍କୁ ଅନ୍ତର୍ଭୁକ୍ତ କରି ଚତୁର୍ଥ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପରିଚାଳନା ପାଇଁ ଅନୁମତି ଦେବାକୁ ସୁପାରିଶ କରିଛି।

ଏହି ଅଧ୍ୟୟନର ଉଦ୍ଦେଶ୍ୟ ହେଉଛି ଜଣେ ବ୍ୟକ୍ତିଙ୍କୁ ଦୁଇଟି ଭିନ୍ନ ଡୋଜ୍‌ ଦିଆଯାଇପାରିବ କି ନାହିଁ  – କୋଭିଶିଲ୍ଡ ଏବଂ କୋଭାକ୍ସିନ ମଧ୍ୟରୁ ଗୋଟିଏ ଲେଖାଏଁ ଦିଆଯାଇପାରିବ କି ନାହିଁ ତାହା ଆକଳନ କରିବା।

Comments are closed.