Latest Odisha News

BREAKING NEWS

ଆଫଗାନିସ୍ତାନରୁ ପଳାୟନର ଆଉ ଗୋଟିଏ ବିକଳ ଚିତ୍ର: ବିମାନ ଭିତରେ ୬୪୦ ଜଣ ଭର୍ତ୍ତି

ନୂଆଦିଲ୍ଲୀ: ଉପରେ ଆପଣ ଦେଖୁଥିବା ଫଟୋ କୌଣସି ଶିବିରର ନୁହେଁ । ଏହା ଗୋଟିଏ ବିମାନ ଭିତରର ଫଟୋ । ଏକାଠୁ ଖୁନ୍ଦାଖୁନ୍ଦି ହୋଇ ଲୋକ ବସିଛନ୍ତି । ଏମାନେ ସମସ୍ତେ ତାଲିବାନରୁ ପଳାଉଥିଛନ୍ତି । ଲୋକଙ୍କୁ ଉଦ୍ଧାର ପାଇଁ ଆସିଥିବା ଆମେରିକା ବାୟୁସେନା ବିମାନରେ ବସି ପଳାଉଛନ୍ତି । ଗୋଟିଏ ବିମାନରେ ଏକାଥରକେ ବସିଛନ୍ତି ୬୪୦ ଜଣ । ଏହି ଦୃଶ୍ୟ ବୟାନ କରୁଛନ୍ତି ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ଲୋକ କେତେ ଭୟଭୀତ ଅଛନ୍ତି ।

ଆମେରିକାର ଉ-୧୭ ମିଲିଟାରୀ କାର୍ଗୋ ବିମାନ ଗତକାଲି ଏହି ୬୪୦ ଜଣଙ୍କୁ କାବୁଲରୁ ଉଦ୍ଧାର କରିଥିଲା । କୁହାଯାଇଛି ଏହି ବିମାନରେ କ୍ଷମତାଠାରୁ ବି ଅଧିକ ଲୋକ ବସିଥିଲେ । ସମସ୍ତେ କାତାର ଆସିଥିଲେ । ତାଲିବାନ ଦଖଲକୁ ଆଫଗାନ୍ତିସ୍ତାନ ଚାଲିଯିବା ପରେ ସେଠାରେ ଭୟଙ୍କର ସ୍ଥିତି । ତାଲିବାନୀଙ୍କ ନିର୍ୟାତନା ଓ ବର୍ବରତା ସହିବା ପୂର୍ବରୁ ଦେଶ ଛାଡ଼ି ପଳାଉଛନ୍ତି ଲୋକ ।

ତାଲିବାନ କାବୁଲକୁ କବଜା କରିବାର ୨୪ ଘଣ୍ଟା ଭିତରେ ଆଫଗାନିସ୍ତାନରୁ ଏମିତି ଚିତ୍ର ଆସୁଛି ଯାହା ସାରା ବିଶ୍ୱକୁ ବ୍ୟଥିତ ଓ ହତଚକିତ କରୁଛି । ବିଶେଷ କରି କାବୁଲ ଏୟାରପୋର୍ଟରେ ଭିଡ଼ କେହି କେବେ ଦେଖି ନଥିବେ । ସ୍ୱପ୍ନରେ ବି କେହି ଚିନ୍ତା କରି ନଥିବେ ଏମିତି ଛାତିଥରା ଦୃଶ୍ଟି କେବେ କାହା ନଜରରେ ପଡ଼ିବ ।

ବିମାନ ଭିତରେ ପଶିବାକୁ ଲୋକଙ୍କ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି । ସମସ୍ତଙ୍କ ମନରେ ଗୋଟିଏ ଲକ୍ଷ୍ୟ ଯେମିତି ବି ହେଉ ଆଫଗାନିସ୍ତାନରୁ ପଳାଇବେ । ପ୍ରାଣ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ । ଧାଁ ଦୌଡ଼ ଭିତରେ କିଏ ପଳାଉଛି ତ କେହି ଅଟକି ପରବର୍ତ୍ତୀ ବିମାନକୁ ଅପେକ୍ଷା କରୁଛନ୍ତି ।

Leave A Reply

Your email address will not be published.