Latest Odisha News

BREAKING NEWS

କ୍ଷତିପୂରଣ ନଦେଲେ ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ

ପୁରୀ: ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ ୨୮ ତାରିଖରେ ବିଳମ୍ବ ହୋଇଥିଲା ନୀତି । ଡେରିରେ ବାହାରିଥିଲା ମହାପ୍ରସାଦ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେଲା ସୁଆରମହାସୁଆର ନିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସହ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ୭ଦିନ ମହଲତ ଦେଇଛି ସୁଆରମହାସୁଆର ନିଯୋଗ । ସାତଦିନ ଭିତରେ କ୍ଷତିପୂରଣ ରାଶି ନଦେଲେ ସିଂହଦ୍ଵାର ସମ୍ମୁଖରେ ଆନ୍ଦୋଳନ କରିବା ସହ ମହାପ୍ରସାଦ ରନ୍ଧା ବନ୍ଦ କରାଯିବ ବୋଲି ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗତ ଫେବୃଆରୀ ୨୮ରେ ଖୁଣ୍ଟିଆ ମେକାପ ସେବକମାନେ ଭିଆଇପିମାନଙ୍କ ଭିତରକାଠ ଦର୍ଶନକୁ ବିରୋଧ କରି ମହାପ୍ରଭୁଙ୍କ ମଇଲମ ନକରିବାରୁ ଭକ୍ତମାନେ ପ୍ରାୟ ସଂଧ୍ୟା ୬ଟା୧୫ ପର୍ଯ୍ୟନ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ଥିଲେ ।

କ୍ଷତିପୂରଣ ସହ ନୀତି ବିଳମ୍ବରେ ସମ୍ପୃକ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛି ସୁଆର ମହାସୁଆର ନିଯୋଗ ।

Leave A Reply

Your email address will not be published.