Latest Odisha News

ଉତ୍ତରପ୍ରଦେଶ ଚାଷୀ ମୃତ୍ୟୁ ଘଟଣା: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ଧାରଣା

ସୋନପୁର: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖୀରିଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ ନ୍ୟାୟ ଦାବି କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ। ଏନେଇ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏହି ଧାରଣାରେ ସାମିଲ ହୋଇଥିଲେ।

କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇ ଦେଇଥିବାବେଳେ ଏହି ଘଟଣାରେ ୮ଜଣ ଚାଷୀ ପ୍ରାଣ ହରାଇଛନ୍ତି। ତେବେ ଏହି ଘଟଣାକୁ ଚପାଇବା ପାଇଁ ବିଜେପି ସରକାର ପ୍ରୟାସ କରୁଥିବାବେଳେ କଂଗ୍ରେସ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ମନ୍ତ୍ରୀଙ୍କ ପୁଅ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି କରିଛନ୍ତି।

ଏହି ଘଟଣାର ପ୍ରତିବାଦ କରିଥିବା କଂଗ୍ରେସର ମହାସଚିବ ପ୍ରିୟଙ୍କା ଭାଦ୍ରାଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀମାନେ। ଦାବି ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Comments are closed.