Latest Odisha News

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା – ପ୍ରହ୍ଲାଦ ପ୍ରଧାନ
ଅନୁବାଦ – ଶୈଲେନ ରାଉତରାୟ 

ଆକ୍ରୋଶ କରିଲା ମୋତେ ପ୍ରହାର କରିଲା ।
ପରାଜିତ କଲା, ମୋର ହରି ସେ ଯେ ନେଲା ।

ଏମନ୍ତ ବିଚାର ଯିଏ ପରିତ୍ୟାଗ କରେ ।
ବୈର ଭାବ ତା’ର ଶାନ୍ତ ନିଶ୍ଚିତ ଭାବରେ ।୪।

ଇହଲୋକେ ବୈର ଦ୍ୱାରା ବୈରର ଶମନ ।
କଦାଚିତ ହୁଏ ନାହିଁ ବୋଲି ଏହା ଜାଣ ।।

ଅବୈର ଦ୍ୱାରା ହିଁ ଶାନ୍ତ ହୋଇଥାଇ ବୈର ।
ନିୟମ ଅଟଇ ଏ ସନାତନ ଧର୍ମର ।୫।

ଆମ୍ଭେମାନେ ସର୍ବେ ସଦା ମୃତ୍ୟୁ ଅନୁଚର ।
ନ ଜାଣନ୍ତି ଅପଣ୍ଡିତମାନେ ଏ ବ୍ୟାପାର ।।

ଯେହୁ ଜନ ଜାଣେ ଏହି ପରମ ଯେ ଜ୍ଞାନ ।
ସମସ୍ତ କଳହର ତା’ ଘଟେ ଅବସାନ ।୬

Leave A Reply

Your email address will not be published.