ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୁଣି ତିନୋଟି ଏନଏସି ପାଇଛି । ସୁବଳୟା,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ଡୁଙ୍ଗୁରୀପାଲି,ବିରମହାରାଜପୁରକୁ ଏନଏସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଜିଲ୍ଲାରେ ମୋଟ ୫ ଟି ନୂତନ ଏନଏସିର ମାନ୍ୟତା ପ୍ରଦାନ କରାଯାଇଛି । ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।
ପରେ ଜିଲ୍ଲାର ଉଲୁଣ୍ଡା ,ସୁବଳୟାକୁ ଏନଏସି ଘୋଷଣା କରିବାକୁ ଅନ୍ଦୋଳନ କରିଥିଲେ । ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏହି ତିନୋଟି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଏନଏସିର ମାନ୍ୟତା ଦେଇଛନ୍ତି । ଏହି ତିନୋଟି ଏନଏସି ଘୋଷଣା ପରେ ଉଲୁଣ୍ଡା, ସୁବଳୟା ଏବଂ ରାମପୁରରେ ଲୋକଙ୍କ ମଧ୍ୟରେ ଖୁସି ଦେଖାଦେଇଛି । ସ୍ଥାନୀୟ ଜନସାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଲୋକେ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି ।
ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି କହି ଜିଲ୍ଲାର ଉଲୁଣ୍ଡା, ସୁବଳୟାକୁ ଏନଏସି ଘୋଷଣା କରିବାକୁ ଲୋକେ ଆନ୍ଦୋଳନ କରିଥିଲେ । ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏହି ତିନୋଟି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଏନଏସିର ମାନ୍ୟତା ଦେଇଛନ୍ତି । ଏହି ତିନୋଟି ଏନଏସି ଘୋଷଣା ପରେ ଉଲୁଣ୍ଡା, ସୁବଳୟା ଏବଂ ରାମପୁରରେ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖାଦେଇଛି ।
Comments are closed.