Latest Odisha News

ପ୍ରୋତ୍ସାହନ ରାଶି ବୃଦ୍ଧି ଦାବିରେ ଗାଁ ସାଥୀଙ୍କ ପ୍ରତିବାଦ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଗାଁ ସାଥୀ । ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଖରାରେ ଲୋୟର ପିଏଜିରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ଗାଁ ସାଥୀ ।  ସରକାର ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଗାଁ ସାଥୀ ଦାବି କରିଛନ୍ତି । ଏହି ଦାବିରେ ସେମାନେ ୪ ଦିନ ହେବ ଆମରଣ ଅନଶନ କରିଥିଲେ । ଆଜି ଲୋୟର ପିଏମଜିରେ ହଜାର ହଜାର ଗାଁ ସାଥୀ ଏକାଠି ହୋଇ ସେମାନଙ୍କ ଦରମା ବୃଦ୍ଧି କରିବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ଆଣ୍ଠେଇ, ହାତଯୋଡ଼ି, କାନ୍ଦି କାନ୍ଦି ତାଙ୍କ ଦୁଃଖ ଶୁଣିବାକୁ ସରକାରଙ୍କୁ ଗୁହାଳି କରିଛନ୍ତି ।

ଧାରଣାରେ ବସିଥିବା ଗାଁ ସାଥୀ କହିଛନ୍ତି ସରକାର ସମସ୍ତଙ୍କ କଥା ବୁଝୁଛନ୍ତି ହେଲେ ଆମ କଥା ଏପର୍ଯ୍ୟନ୍ତ ଶୁଣୁନାହାଁନ୍ତି । ୪ ଦିନ ହେବ ସେମାନେ ଆମରଣ ଅନଶନରେ ବସିଥିବା କଥା ମଧ୍ୟ କହିଛନ୍ତି ।

ଏହା ପୂର୍ବରୁ ସରପଞ୍ଚ ସଂଘ ମଧ୍ୟ ଧାରଣାରେ ବସିଥିଲେ । ଧାରଣାର ପରଦିନ ତାଙ୍କ ଦରମା ବୃଦ୍ଧି କରିଥିଲେ ସରକାର । ସଫେଇ କର୍ମଚାରୀ ମଧ୍ୟ ଦରମା ବୃଦ୍ଧି ନେଇ ଧାରଣାରେ ବସିଥିଲେ ତାଙ୍କ କଥା ସରକାର ଶୁଣିଛନ୍ତି । ଗାଁ ସାଥୀଙ୍କ ଗୁହାରୀ କାହିଁକି ଶୁଣୁନାହଁନ୍ତି ବୋଲି କାନ୍ଦି କାନ୍ଦି କହିଛନ୍ତି ଗାଁ ସାଥୀ ।

 

Leave A Reply

Your email address will not be published.