Latest Odisha News

ସୁବଣ୍ଣର୍ପୁର ଜିଲ୍ଲା ପାଇଲା ପୁଣି ତିନୋଟି ଏନଏସି

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ପୁଣି ତିନୋଟି ଏନଏସି ପାଇଛି । ସୁବଳୟା,ଉଲୁଣ୍ଡା ଓ ରାମପୁର  ଆଦି  ସ୍ଥାନକୁ  ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ଡୁଙ୍ଗୁରୀପାଲି,ବିରମହାରାଜପୁରକୁ ଏନଏସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଜିଲ୍ଲାରେ  ମୋଟ ୫ ଟି ନୂତନ ଏନଏସିର ମାନ୍ୟତା ପ୍ରଦାନ  କରାଯାଇଛି । ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ପରେ ଜିଲ୍ଲାର ଉଲୁଣ୍ଡା ,ସୁବଳୟାକୁ ଏନଏସି ଘୋଷଣା କରିବାକୁ ଅନ୍ଦୋଳନ କରିଥିଲେ । ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏହି ତିନୋଟି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଏନଏସିର ମାନ୍ୟତା ଦେଇଛନ୍ତି । ଏହି ତିନୋଟି ଏନଏସି ଘୋଷଣା ପରେ ଉଲୁଣ୍ଡା, ସୁବଳୟା ଏବଂ ରାମପୁରରେ ଲୋକଙ୍କ ମଧ୍ୟରେ ଖୁସି ଦେଖାଦେଇଛି । ସ୍ଥାନୀୟ ଜନସାରଣ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଲୋକେ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି  ।

ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି କହି ଜିଲ୍ଲାର ଉଲୁଣ୍ଡା, ସୁବଳୟାକୁ ଏନଏସି ଘୋଷଣା କରିବାକୁ ଲୋକେ ଆନ୍ଦୋଳନ କରିଥିଲେ । ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏହି ତିନୋଟି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଏନଏସିର ମାନ୍ୟତା ଦେଇଛନ୍ତି । ଏହି ତିନୋଟି ଏନଏସି ଘୋଷଣା ପରେ ଉଲୁଣ୍ଡା, ସୁବଳୟା ଏବଂ ରାମପୁରରେ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖାଦେଇଛି ।

Leave A Reply

Your email address will not be published.