ଭୂୁବନେଶ୍ବର: ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ମାମଲା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ବିଜେପି ବିଧାୟକ ଦଳ ବୈଠକ କରନ୍ତୁ । ଦୁଃଖ ପ୍ରକାଶ କରନ୍ତୁ ସୁବାଷ ପାଣିଗ୍ରାହୀ ଯେ ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ବେଆଇନ କାମ କରିଛନ୍ତି । ଏପରି କେବେ ବି ବିଧାନସଭାରେ ହୋଇନି । ମୋ ମତରେ ସେ ଭୁଲ କରିଛନ୍ତି । କ୍ଷମା ମାଗିବାରେ ଅସୁବିଧା କଣ । କହି ଦିଅନ୍ତୁ ଯେ ସେ ଇମୋସ୍ନାଲରେ ଆସି ଏପରି କଲି । ସରକାରୀ ଦଳ ବି ତାଙ୍କ କ୍ଷମା ଦାବି କରିଛନ୍ତି । ଗୃହ ଠିକ ଭାବେ ଚାଲିବା ପାଇଁ ସେ କ୍ଷମା ମାଗି ଦିଅନ୍ତୁ ।
ସେପଟେ ଏ ସବୁ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ । ତାଙ୍କ ନର୍ବାଚନମଣ୍ଡଳୀ ଲୋକ ଭାବିବେ ଚାଷୀଙ୍କ ପାଇଁ ଦରଦ ଅଛି । ଏହା ଭୋଟ ପାଇଁ ରାଜନୀତି । ସେ କ୍ଷମା ମାଗନ୍ତୁ । ବିଧାନସଭା ଏକ ପବିତ୍ର ଗୃହ । ଆମ କାଲିଜା କଣ ଏତେ ଶସ୍ତା ଯେ ଆତ୍ମହତ୍ୟା କରିବୁ ବୋଲି ସୁର ରାଉତରାୟ କହିଛନ୍ତି ।
ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଏହା କେବଳ ଓଡ଼ିଶା ବିଧାନସଭା କଥା ନୁହେଁ, ସାରା ଭାରତବର୍ଷରେ ଆମେ ଶୁଣି ନଥିଲୁ ଯେ ଜଣେ ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିବେ । ଏହା ଅପରାଧିକ କାର୍ଯ୍ୟକ୍ରମ। ଏହାକୁ ଆମେ ନିନ୍ଦା କରୁଛୁ। ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ । ସେ କ୍ଷମା ମାଗନ୍ତୁ ।
Comments are closed.