ମୁମ୍ବାଇ: ଯେତିକି ଚର୍ଚ୍ଚାରେ ଅପକମିଂ ଫିଲ୍ମ ଶୁଭ ମଙ୍ଗଳ ଜ୍ୟାଦା ସାବଧାନର କାହାଣୀ ସେତିକି ଖବରରେ ରହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା ।ସବୁବେଳେ ଭିନ୍ନ ଭିନ୍ନ ସ୍ୱ।ଦର କାହାଣୀ ସହ ପରଦାକୁ ଆସୁଥିବା ଆୟୁଷ୍ମାନ ଏଥରକ ମଧ୍ୟ କିଛି ନୂଆ ମନୋରଞ୍ଜନ ଖୋରାକ ଦେବେ । ଏବେ ଆସିଛି ଫିଲ୍ମର ଆଉ ଏକ ନୂଆ ଗୀତ । ଗୀତର ଟାଇଟେଲ ରହିଛି ‘ମେରେ ଲିୟେ ତୁମ କାଫି ହୋ’ । ତନିସ୍କ-ବାୟୁଙ୍କ ଗୀତରେ ଆୟୁଷ୍ମାନ ଖୁରାନା କଣ୍ଠଦାନ କରିଛନ୍ତି ।
ସମଲିଙ୍ଗୀ କାର୍ତିକ ଅରମାନଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ଶୁଭମଙ୍ଗଲ ଜ୍ୟାଦା ସାବଧାନ । ସମାଜର ବିରୋଧ ସତ୍ୱେ ଏମାନେ କିଭଳି ନିଜ ପ୍ରେମ ପାଇଁ ଲଢନ୍ତି?କେଉଁ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି । ସେସବୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । କାହାଣୀକୁ ଆଖି ଆଗରେ ରଖି ଏହି ରୋମାଟିଂକ ଗୀତ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଆୟୁଷ୍ମାନ ଓ ଜିତେନ୍ଦ୍ର କୁମାରଙ୍କ ରୋମାନ୍ସକୁ ସ୍ଥାନ ଦିଆଯାଇଛି ।
ହିତେଶ କୈବଲ୍ୟ ଫିଲ୍ମର ନିର୍ଦ୍ଦେଶନା ଦେବା ସହ କାହାଣୀ ମଧ୍ୟ ଲେଖିଛନ୍ତି ।ଭୁଷଣ କୁମାର,କ୍ରିଷ୍ଣା କୁମାର,ହିମାଂଶୁ ଶର୍ମା ଓ ଆନନ୍ଦ ଏଲ ରୟଙ୍କ ମିଳିତ ପ୍ରଯୋଜନାର ପ୍ରସ୍ତୁତ ହୋଇଛି ଏହି କମେଡି ଡ୍ରାମା ସିନେମା ।ମୁଖ୍ୟ ଭୁମିକାରେ ଆୟୁଷ୍ମାନ ଖୁରାନା,ଜିତେନ୍ଦ୍ର କୁମାର, ନୀନା ଗୁପ୍ତା,ଗଜରାଜ ରାଓ ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି ।
BREAKING NEWS
- ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ପଥର ପଡି ୨ ଶ୍ରମିକ ମୃତ
- Raja Rani Sangeet Utsav: ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ମନ ମୋହିବ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ
- ବିଜେପି ଜାତୀୟ ସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା…
- ଦଳ ବିରୋଧୀ କାର୍ଯ୍ୟକଳାପ; ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ
- ଖଣ୍ଡଗିରୀ ମେଳାରେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି, ସନାତନୀ ସଂସ୍କୃତି ନୀତିରେ ଯଜ୍ଞ ହେବ
- Honey Singh Apologises: ଭୁଲ୍ ମାଗିଲେ ହନି ସିଂହ
- ଫିଲ୍ମ ଫ୍ଲପ ହେବା ପରେ ୧୫ କୋଟି ଟଙ୍କା ଫେରାଇଲେ କାର୍ତିକ ଆର୍ଯ୍ୟନ
- ୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ବିବାଦୀୟ ଜଲ୍ଲିକଟ୍ଟୁ…
- India Vs Iran: ଭାରତ ନା ଇରାନ ? ସ୍ୱାଦ, ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ କେଉଁ ଦେଶର କେସର ୧ ନମ୍ବର…
- ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବୀକରଣ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ବିଆଇଟିଏମ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
Comments are closed.