Latest Odisha News

BREAKING NEWS

ଖଣି ଆବଣ୍ଟନ ପ୍ରକ୍ରିୟା: ଜେଏସଡ଼ବ୍ଲ୍ୟୁକୁ ମିଳିଲା ୩ୟ ଲୁହାପଥର ଖଣି

ଭୁବନେଶ୍ୱର: ଏବେ ଓଡ଼ିଶାରେ ଖଣି ଆବଣ୍ଟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଜେଏସଡ଼ବ୍ଲ୍ୟୁ ଷ୍ଟିଲ୍ ସୁନ୍ଦରଗଡ଼ ଜିଲ୍ଲାର ଗନୁଆ ଲୁହାପଥର ଖଣିକୁ ନିଲାମ ପ୍ରକ୍ରିୟାରେ ଅକ୍ତିଆର କରିପାରିଛି । ଜେଏସଡ଼ବ୍ଲ୍ୟୁ ଖଣି ବିକ୍ରିମୂଲ୍ୟର ୧୩୨ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତିି ଗ୍ରହଣ କରି ଏହି ଖଣି ହାସଲ କରିପାରିଛି ।

ଏହା ସ୍ପଞ୍ଜ ଆଇରନ, ଷ୍ଟିଲ ଏବଂ ପେଲେଟ ପ୍ଲାଣ୍ଟ ଉପଯୋଗୀ ହୋଇଥିବା ବେଳେ ମାର୍ଚ୍ଚ ୩୧ ତାରିଖ ଯାଏଁ ଏହାର ଲିଜ୍ ଅବଧି ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଏହି ଗନୁଆ ଲୁହାପଥର ଖଣିରେ ଆନୁମାନିକ ୧୧୮.୯୨ ମିଲିୟନ ଟନର ଖଣିଜ ପଦାର୍ଥ ଗଚ୍ଛିତ ରହିଛି ।

ଏହି ଖଣି ଆବଣ୍ଟନ ପ୍ରକ୍ରିୟାରେ ଜେଏସଡ଼ବ୍ଲ୍ୟୁ ବ୍ୟତୀତ କମଲଜିତ ସିଂହ ଆହଲୁୱାଲିଆ, ରୁଙ୍ଗଟା ମାଇନ୍ସ ଲିଃ, ଶ୍ୟାମ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ ଲିଃ ଏବଂ ଅମଲଗାମ ଷ୍ଟିଲ୍ ଏଣ୍ଡ ପାୱାର ଲିଃ ପରି କମ୍ପାନୀ ଗୁଡ଼ିକ ପ୍ରତିଦ୍ୱନ୍ଦିତା କରିଥିଲେ ।

ମୁମ୍ବାଇର ଏହି କମ୍ପାନୀ ପୂର୍ବରୁ ଅନ୍ୟ ଦୁଇଟି ଖଣି ଯଥାକ୍ରମେ ନୂଆଗାଁ ମାଇନ୍ସ ଏବଂ ନାରାୟଣପୋଷୀ ମାଇନ୍ସ ପରି ଗୁରୁତ୍ୱପୂର୍ଣ୍ଣ ଲୁହାପଥର ଖଣି ହାସଲ କରିପାରିଛି ।

Leave A Reply

Your email address will not be published.