Latest Odisha News

‘ସୁଭଦ୍ରା’ ଯୋଜନା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୁର୍ଣ୍ଣ ମାଗଣା’

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି । ଯୋଜନାର ଫର୍ମ ଓ ଅନଲାଇନରେ ଫର୍ମ ଅପଲୋଡ୍ ପାଇଁ ବିଭିନ୍ନ ସ୍ଥାନରେ ଆବେଦନକାରୀଙ୍କଠୁ ଟଙ୍କା ଦାବି କରାଯାଉଛି । ଆଉ କିଛି ସ୍ଥାନରେ ଅଙ୍ଗନାଡ଼ି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଫର୍ମ ଭରିବା ପାଇଁ ଲୋକଙ୍କଠୁ ଟଙ୍କା ମାଗୁଥିବା ଅଭିଯୋଗ କରାଯାଇଛି ।

ଅଭିଯୋଗ ପରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯଦି କେହି ଟଙ୍କା ମାଗୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ପାଇଁ ମଧ୍ୟ ସାଧାରଣ ଲୋକଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ଏହି ଯୋଜନାରେ ସାମିଲ ହେବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ଲୋକଙ୍କ ଉତ୍ସାହ ଦେଖି କେତେକ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଉଭୟ ଫର୍ମ ପାଇଁ ଅନଲାଇନରେ ଫର୍ମ ଅପଲୋଡ୍ କରିବା ପାଇଁ ୫୦ରୁ ୨୦୦ଟଙ୍କା ଦାବି କରୁଛନ୍ତି । ଯାହାକୁ ନେଇ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

Comments are closed.