Latest Odisha News

BREAKING NEWS

ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ କିସ୍ତି

ଭୁବନେଶ୍ବର: ବଢିଲା ସୁଭଦ୍ରା ଯାଞ୍ଚ ସମୟ । ଏବେ ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଆଜି ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ ୧୫କୁ ବୃଦ୍ଧି କରାଯାଇଛି । ଏବେ ବି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଘରେ ଘରେ ଅଙ୍ଗନବାଡି ଦିଦିମାନେ ସର୍ଭ କରୁଚନ୍ତି । ଜମି ୫ ଏକର ଅଛି ନା ନାହିଁ ତାହାର ସର୍ଭେ ଜାନୁଆରୀ ୧୫ରେ ସରିବ । ଏହାପରେ ବାକି ରହିଥିବା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଭ୍କା ହିତାଧିକାରୀଙ୍କ ଖାତାକୁ ଯିବ ।

ଏଥିସହିତ ଉପମୁଖ୍ୟମନ୍ତ୍ରୀ ଏକପ୍ରକାର ଏହା ବି ସ୍ପଷ୍ଟ କରିଛନ୍ତି ଯେ, ଏଣିକି ସୁଭଦ୍ରାର ଆଦେବଦନ ପାଇଁ କୌଣସି ଡେଡଲାଇନ ନାହିଁ ବୋଲି କହିଲେ ଚଳିବ । କାରଣ ପୂର୍ବରୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଆବେଦନକାରୀଙ୍କୁ ସମସୟସୀମା ଦିଆଯାଇଥିବା ବେଳେ ଏବେ ଏହାକୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ମାର୍ଚ୍ଚ ୩୧ରେ ବି ଆବେଦନ କରିବ ତାକୁ ଏକାଥରେ ୨ଟି କିସ୍ତି ମିଳିବ । ଯେଉଁ ପର୍ଯ୍ୟନ୍ତ ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କରିନାହିଁ ସେପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲୁରହିବ । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ରଖାଯାଇଥିଲା । ହେଲେ ଏବେ ମାରଚ୍ଚ ୩୦ ପରେ ବି ଆବେଦନ କଲେ ବି ପ୍ରଥମ କିସ୍ତି ମିଳିବ ।  ବର୍ତ୍ତମାନ ଯୋଗ୍ୟ ମହିଳାଟି ଯେବେ ବି ପଞ୍ଜିକରଣ କରିବ, ତାକୁ ପୂର୍ବ ପର୍ଯ୍ୟାୟ କିସ୍ତି ସହ ସମସ୍ତ ଟଙ୍କା ମିଳିବ  ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Comments are closed.