Latest Odisha News

ସୁଭଦ୍ରା ଯୋଜନା: ପୁରୀରେ ୧ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ଵ ହୋଇଛି ରେଜିଷ୍ଟ୍ରେସନ୍

ପୁରୀ: ଆସନ୍ତା ୧୭ ତାରିଖରେ ମହିଳାଙ୍କୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ବଣ୍ଟନ କରିବେ ପ୍ରଧାନ ମନ୍ତ୍ରୀ ମୋଦି । ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ମହିଳାଙ୍କ ସୁଭଦ୍ରା ଯୋଜନାରେ ରେଜିଷ୍ଟର ସରିଛି । ପୁରୀରେ ପ୍ରାୟ ୧ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ଵ ରେଜିଷ୍ଟ୍ରେସନ୍ ହୋଇଛି । ଭେରି ଫାଏଡ ଆକାଉଣ୍ଟ ଗୁଡ଼ିକୁ ଆସନ୍ତା ୧୭ ତାରିଖରେ ପ୍ରଥମ କିସ୍ତି ବଣ୍ଟନ ହେବ । ଏନେଇ ପୁରୀରୁ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ପୁରୀରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମରେ ମହିଳାଙ୍କୁ ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା । ମହିଳା ସଶକ୍ତିକରଣ କୁ ପ୍ରୋତ୍ସାହିତ କରିବା ପାଇଁ ଆଜି ଏକ ହ୍ୟୁମାନ ଚେନ୍ ର ଉଦଘାଟନ କରାଯାଇଛି । ଏହି ଅବସରରେ ନୀଳାଦ୍ରି ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୁଭଦ୍ରା ସଚେତନତା ନେଇ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ୧୦ ଜଣ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ଅନୁଭୂତି ବଖାଣିଛନ୍ତି । କିଭଳି ଭାବରେ ଅତି କମ୍ ଟଙ୍କାରେ ସେମାନେ ନିଜକୁ ଶସକ୍ତ କରି ପାରିଛନ୍ତି, ତାହା ଉପସ୍ଥିତ ମହିଳାମାନଙ୍କ ଆଗରେ ବଖାଣି ଥିଲେ । ତେଣୁ ସୁଭଦ୍ରା ଟଙ୍କା ମାଧ୍ୟମରେ ଯେ ଜଣେ ମହିଳା ନିଜକୁ ଶସକ୍ତ କରିପାରିବ, ତାହା ନିଜ ଅଭିଜ୍ଞତାରୁ ବୁଝାଇ ଥିଲେ ଏହି ଆତ୍ମନିର୍ଭରଶୀଳ ମହିଳା ମାନେ ।

Comments are closed.