ଭୁବନେଶ୍ୱର: ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ନୂଆ ମୋଡ । ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି । ପୋଷ୍ଟ ମର୍ଟମ ରିପୋର୍ଟ ଏବଂ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି । ଏକଥା କହିଛନ୍ତି ଡିସିପି ପ୍ରତୀକ ସିଂହ ।
ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଡିସିପି ଶୁଭଲକ୍ଷ୍ମୀ ହତ୍ୟାକାଣ୍ଡର ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି, ହୋଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ଆତ୍ମହତ୍ୟା ନାମ ହତ୍ୟା ତାକୁ ନେଇ ସନ୍ଦେହ ଦେଖା ଦେଇଥିଲା । ଏହା ସମ୍ପୂର୍ଣ୍ଣ ଭାବେ ଆତ୍ମହତ୍ୟା ଘଟଣା । ଶୁଭଲକ୍ଷ୍ମୀଙ୍କ ସିଡିଆର ରିପୋର୍ଟ ମିଳିଛି । ହେଲେ ଏଥିରୁ କୌଣସି ସନ୍ଦିଗ୍ଧ ତଥ୍ୟ ମିଳିନାହିଁ । କିଏ ତାଙ୍କୁ ହତ୍ୟା କରିଥାଇପାରେ ଏ ସଂକ୍ରାନ୍ତ କୌଣସି ସୂଚନା ସିଡିଆର ଟେଷ୍ଟରୁ ମିଳିନାହିଁ ।
ତେଣୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଭାବେ ଆତ୍ମହତ୍ୟା ଜନିତ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି । ତେବେ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ସ୍ପଷ୍ଟ ହୋଇଥିଲେ ହେଁ ଏହାର କାରଣ ଅସ୍ପଷ୍ଟ ରହିଛି । ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେ ଦିଗକୁ ନେଇ ମଧ୍ୟ ତଦନ୍ତ ଚାଲିଛି । ତାଙ୍କର ମାନସିକ ସ୍ଥିତି ଜାଣିବାକୁ ପରିବାର, ପରିଜନଙ୍କୁ ପଚରାଉଚରା କରାଯାଉଥିବା ଡିସିପି କହିଛନ୍ତି ।
ଅନ୍ୟପକ୍ଷେ ଭାଇରାଲ ଭିଡିଓ ପୋଲିସ ହାତରେ ଲାଗିନାହିଁ। ସେମିତି କିଛି ଭିଡିଓ ଆସିଲେ ଆମେ ତର୍ଜମା କରିବୁ । ଏପରିକି ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ ତାହା ମଧ୍ୟ ପରଖିବୁ ବୋଲି କହିଛନ୍ତି ଡିସିପି ।
ସୂଚନାଥାଉ କି, ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନର । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଗତକାଲି ନିର୍ଦ୍ଦେଶ ଦେବା ପରେ ଆଜି ବୟାନ ଜାରି କରିଛନ୍ତି ଡିସିପି ।
ସେପଟେ ଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ୩୦୬ ଖୁବଶୀଘ୍ର ଲାଗିପାରେ ବୋଲି ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ ତଦନ୍ତ ଚାଲିଛି।
Comments are closed.