Latest Odisha News

BREAKING NEWS

ସୁବାସ ଘାଇଙ୍କ ନୂଆ ଫିଲ୍ମ ସଲାଖେଁରେ ଅଭିନୟ କରିବେ ଜ୍ୟାକି

ମୁମ୍ବାଇ: ଫିଲ୍ମମେକର ସୁବାସ ଘାଇ ଦୀର୍ଘଦିନ ପରେ ସଲାଖେଁ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ଜ୍ୟାକି ଶ୍ରଫ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ୧୯୯୩ର ସୁପରହିଟ ଫିଲ୍ମ ଖଳନାୟକର ସ୍ୱିକ୍ୱେଲ କରିବା ନେଇ ସୁବାସ ଯୋଜନା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଏହି ଖବର ଗୁଜବ ବୋଲି ପ୍ରମାଣିତ ହୋଇଛି । ଜ୍ୟାକି ମଧ୍ୟ ଏହି ଫିଲ୍ମ ନେଇ ବେଶ ଉତ୍ସାହିତ ଅଛନ୍ତି । ଅକ୍ଟୋବରରୁ ସଲାଖେଁର ଶୁଟିଂ ଆରମ୍ଭ ହେବ ବୋଲି ସୁବାସ ସ୍ପଷ୍ଟ କରିଛନ୍ତି । ଜ୍ୟାକି ଗତ ବର୍ଷ ଓମ:ଦି ବ୍ୟାଟେଲ ୱିଦିନ, ଅତିଥି ଭୂତୋ ଭବଃ, ଫୋନ ଭୂତ, ମିଲି ଓ ଲାଇଫ ଇଜ ଗୁଡ ଜୈସୀ ଫିଲ୍ମରେ ଅଭିନୟ କରିଥିଲେ ।

ଅଜୟ ଦେବଗାନ ଓ ଦୀପିକା ପାଦୁକୋନ ଅଭିନୀତ ରୋହିତ ଶେଟ୍ଟୀଙ୍କ ସିଂଘମ ଏଗେନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବାକୁ ଯାଉଛନ୍ତି । ଖଳନାୟକ ଫିଲ୍ମ ମାଧ୍ୟମରେ ଆମେ ରାମ ଏବଂ ରାବଣଙ୍କ ଚରିତ୍ର ଉପସ୍ଥାପନ କରିଥିଲୁ । ସୁବାସଙ୍କ ଫିଲ୍ମରେ ନିଶ୍ଚିତ ଭାବେ କିଛି ପୌରାଣିକ ଚରିତ୍ର ପ୍ରେରଣା ଥାଏ ବୋଲି ଜ୍ୟାକି କହିଛନ୍ତି ।

Leave A Reply

Your email address will not be published.