Latest Odisha News

ସୁଟିଂ ସେଟ୍‌ରେ ଅସୁସ୍ଥ ହୋଇପଡ଼ିଲେ ଟିନା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଟିନା ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଟିକେ ଭଲ ଅଛି ।

BjdElectrycity

ଟିନା ଏବେ ସୋନି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ହମ୍ ରହେ ୟା ନା ରହେ’ ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଧାରାବାହିକ ସୁଟିଂ ସେଟ୍‌ରେ କାମ କରୁଥିବା ବେଳେ ଟିନା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଅବସ୍ଥା ବେଶି ଖରାପ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଏବେ ଟିନା ଟିକେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ।

ଟିନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ, ଗତ କିଛି ଦିନ ହେଲା ମୁଁ ଅସୁସ୍ଥ ଥିଲି । ସ୍ୱାସ୍ଥ୍ୟ ଖରାପ ହେବାରୁ ମୋତେ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡ଼ିଲା । ଏହି ସମୟରେ ମୋ ପାଇଁ ଚିନ୍ତା କରିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ପୂର୍ବ ଅପେକ୍ଷା ମୁଁ ଭଲ ଅନୁଭବ କରୁଛି । ତାଙ୍କର କ’ଣ ହୋଇଥିଲା ଏନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି ।

Leave A Reply

Your email address will not be published.