Latest Odisha News

BREAKING NEWS

ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତର ହେବ ରମାଦେବୀ କନିଷ୍ଠ ମହାବିଦ୍ୟାଳୟ

ଭୁବନେଶ୍ୱର: ରମାଦେବୀ କନିଷ୍ଠ ମହାବିଦ୍ୟାଳୟ ସ୍ଥାନାନ୍ତରିତ ହେବ । କ୍ୟାମ୍ପସକୁ ଲାଗି ରହିଥିବା ବିଦ୍ୟାଳୟ କୋଠାକୁ ଯିବ ଜୁନିଅର୍ କଲେଜ । ରମାଦେବୀ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଠାରୁ ଜୁନିଅର କଲେଜକୁ ପୃଥକ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

ନିଷ୍ପତ୍ତି ଅନୁଯାୟୀ, ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୟୁନିଟ୍ ୯ ସ୍ଥିତ ସରକାରୀ ବାଳିକା ହାଇସ୍କଲକୁ ସ୍ଥାନାନ୍ତରିତ ହେବ । ୟୁନିଟ୍ ୯ ବାଳିକା ହାଇସ୍କୁଲ୍ ୟୁନିଟ୍ ୯ ସ୍ଥିତ ବାଳକ ହାଇସ୍କୁଲ୍ ସହ ମିଶିଯିବ ।

କୌଣସି କାରଣ ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଭିତ୍ତିଭୂମି ଠାରୁ ଅଲଗା କରିବାକୁ ଚାପ ପକାଉଥିବା ଜଣାପଡ଼ିଛି । ଶ୍ରେଣୀଗୃହ ଅଭାବରୁ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଠପଢ଼ା ସକାଳ ୭ଟାରୁ ୧୦ଟା ଯାଏ ହେଉଛି । ଯାହାକି ୨୪୦୦ ଛାତ୍ରୀଙ୍କ ପାଠପଢ଼ାକୁ ପ୍ରଭାବିତ କରୁଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ବିଶ୍ୱବିଦ୍ୟାଳୟ ଠାରୁ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଲଗା କରିବା ଲାଗି ଚିଠି ଲେଖାଯାଇଥିଲା । ଆଉ ସେହି ସୁପାରିସ୍ ଅନୁସାରେ, ୟୁନିଟ୍ ୯ ବାଳିକା ହାଇସ୍କୁଲକୁ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.