Latest Odisha News

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦାନ କଲେ ସୁବ୍ରତ୍ ବାଗଚି୍

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ମାଇଣ୍ଡ ଟ୍ରି’ର ସହ ସଂସ୍ଥାପକ ତଥା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ବାଗଚି୍ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ବାତ୍ୟା ବିପନ୍ନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଅନେକ ବ୍ୟକ୍ତିବିଶେଷ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ମେ’ ୩ ତାରିଖ ଦିନ ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବର୍ଷା ଓ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ବୋହିବା ଫଳରେ ପୁରୀ, ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ଆଦି ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାବ୍ୟତିତ ଉପକୂଳ ଓଡ଼ିଶାରେ ମଧ୍ୟ ଅକଳନୀୟ କ୍ଷତି ଘଟିଛି।

Comments are closed.