ଭୁବନେଶ୍ୱର: ସମ ଅଲ୍ଟିମେଟରେ ଅସୁସ୍ଥ ଝିଅକୁ କିଡ଼ନୀ ଦାନ କଲା ମା। ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଛନ୍ତି ଯୁବତୀ। ସମ୍ପୃକ୍ତ ଯୁବତୀଙ୍କ ଦୁଇଟି କିଡ଼ନୀ ସମ୍ପୂଣ୍ଣ ନଷ୍ଟ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ଗତ ବର୍ଷ ନଭେମ୍ବରରେ ସେ ସମ ଅଲଟିମେଟରେ ଭର୍ତି ହୋଇଥିଲେ।
ସମରେ ନେଫରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ତାପସ ରଞ୍ଜନ ବେହେରାଙ୍କ ଅଧୀନରେ ଚିକିତ୍ସା ଆରମ୍ଭ ହୋଇଥିଲା। ପରେ ଆବଶ୍ୟକତା ହେବାରୁ ଝିଅର ମା’ ରାଜି ହୋଇଥିଲେ କିଡ଼ନୀ ଦେବା ଲାଗି। ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କଢ଼ାଯାଇ ଯୁବତୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା।
ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ ପରିଚାଳନା କରିଥିଲେ ୟୁରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ପ୍ରିୟବ୍ରତ ଦାସ। ଏହି ବିରଳ ଲାପ୍ରୋସ୍କୋପିକ ପଦ୍ଧତି ଦ୍ୱାରା ଡୋନରଙ୍କୁ ବିଶେଷ ଭାବେ କଷ୍ଟ ହୁଏ ନାହିଁ। ଶରୀରରେ କୌଣସି ଦାଗ ରହେ ନାହିଁ। ଓ ସେ ଦୁଇ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି।
ଯୁବତୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଶୁକ୍ରବାର ଘରକୁ ଯାଇଛନ୍ତି। ନେଫ୍ରୋଲୋଜି, ୟୁରୋଲୋଜି, ଅନେସଥେସିଆ ଟିମ, ଓଟି ଷ୍ଟାଫ ଓ ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟରଙ୍କ ସହଯୋଗ ଦ୍ୱାରା ସମ୍ବବ ହୋଇଛି।
Comments are closed.