Latest Odisha News

ମୋଦୀଙ୍କ ଆତିଥେୟତାରେ ମୁଁ ଅଭିଭୂତ, ଏହା ଦୁଇ ଦେଶର ସମ୍ପର୍କ ବୃଦ୍ଧିରେ ସହାୟକ ହେବ: ଜିନପିଙ୍ଗ

ଚେନ୍ନାଇ: ଭାରତକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନୌପଚାରିକ ଶିଖର ବୈଠକ ଏକପ୍ରକାର ସଫଳ ହୋଇଛି । ବିଶ୍ୱର ଏହି ଦୁଇ ବିଶିଷ୍ଟ ନେତାଙ୍କ ମଧ୍ୟରେ ସାକ୍ଷାତ ସଫଳ ହେବା ସହିତ ଭାରତର କୂଟନୈତିକ ବିଜୟ ଘଟିଛି ବୋଲି ଆଲୋଚନା ହେଉଛି । ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଦୁଇଥର ବୈଠକ ହୋଇଥିବା ବେଳେ ଶନିବାର ଦିନ ଶିଖର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚୀନ ପକ୍ଷରୁ ଜମ୍ମୁ ଓ କାଶ୍ମୀର ସମ୍ପର୍କରେ କୌଣସି ମନ୍ତବ୍ୟ ପ୍ରକାଶ ପାଇନାହିଁ ।

ଗୋଟିଏ ପକ୍ଷରେ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟକୁ ଚୀନ ସମର୍ଥନ କରିଥିବା ଏହି ବୈଠକରୁ ସ୍ପଷ୍ଟ ଅନୁମେୟ ହେଉଛି । ଶନିବାର ଦିନ ଚେନ୍ନାଇରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଦେଶିକ ବିଭାଗର ବୈଠକରେ ଦୁଇଦେଶ ମଧ୍ୟରେ ବାଣିଜି୍ୟକ ଅଭିବୃଦ୍ଧି ତଥା ବ୍ୟାବସାୟିକ ସମ୍ପର୍କକୁ ନେଇ ଆଲୋଚନା ଅନୁଷ୍ଠିତ ହୋଇଛି । ସେହିପରି ଚୀନ ନିଜ ପକ୍ଷରୁ ଭାରତ ଏବେ ଆତଙ୍କବାଦ ଦମନ କରିବାକୁ ବିଶ୍ୱସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ଭେଟି ଆଲୋଚନା ମଧ୍ୟ କରିସାରିଛି । ଏବେ ଏହି ଚେନ୍ନାଇ ବୈଠକରେ ଚୀନ ପକ୍ଷରୁ ପ୍ରଥମଥର ଲାଗି ଆତଙ୍କବାଦ ଦମନ କ୍ଷେତ୍ରରେ ପଡେ଼ାଶୀ ରାଷ୍ଟ୍ର ଭାରତକୁ ସମର୍ଥନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି । ଏହା ଭାରତର ଗୋଟିଏ ପ୍ରକାରର କୂଟନୈତିକ ବିଜୟ କହିଲେ ଅତୁ୍ୟକ୍ତି ହେବନାହିଁ ।

ଆଜି ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ କଥାବାର୍ତ୍ତା ହୋଇଥିଲା । ଏହି ୱାନ-ଟୁ-ୱାନ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷୀକ ସମସ୍ୟା ତଥା ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ବୃଦ୍ଧି ନିମନ୍ତେ ଆଲୋଚନା ଅନୁÂିତ ହୋଇଥିବା ସୂଚନା ମିଳିଛି ।

ଚୀନ ଏବେ ନିଜ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛି । ଏହାକୁ ଦୃଷ୍ଟିରେ ରଖି ଚୀନ ଓ ଭାରତୀୟ ଉଚ୍ଚ କତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଚୀନ ରାଷ୍ଟ୍ରପତି ଗତକାଲି ଭାରତ ପହଞ୍ଚିବା ପରେ ଚେନ୍ନାଇରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହିତ ମହାବଳୀପୂରମ ସ୍ଥିତ ମନ୍ଦିର ତଥା ଐତିହ୍ୟ କିର୍ତ୍ତୀରାଜି ଗୁଡ଼ିକୁ ଜିନପିଙ୍ଗଙ୍କୁ ବୁଲାଇ ଦେଖାଇଥିଲେ । ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ କିଛିଦିନ ହେଲା କାଶ୍ମୀରକୁ କେନ୍ଦ୍ରକରି ଯେଉଁ ଶୀତଳ ଯୁଦ୍ଧ ଚାଲିଥିଲା ତାହାର ଏକପ୍ରକାର ସମାପ୍ତି ଘଟିଛି । ସବୁଠାରୁ ବଡ଼କଥା ହେଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗ ମୋଦୀଙ୍କ ଆତିଥେୟତାକୁ ଖୋଲାଖୋଲି ପସନ୍ଦ କରିଥିବା ସହିତ ଉଚ୍ଚ ପ୍ରଶଂସା କରିଛନ୍ତି । ସେ ମୋଦୀଙ୍କ ଉଦେ୍ଧଶ୍ୟରେ କହିଛନ୍ତି ମୁଁ ମୋଦୀଙ୍କ ଆତିଥେୟତାରେ ଅଭିଭୂତ ଏବଂ ଏହାହିଁ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କକୁ ଗଢିବାରେ ସହାୟକ ହେବ ।

ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଜିନପିଙ୍ଗ ବେଜିଂ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।

Comments are closed.