Latest Odisha News

ମର୍ଣ୍ଣିଂୱାକରେ ଚାଲିବା ବେଳେ ବେଳାଭୂମି ସଫାକଲେ ମୋଦୀ !

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ମମଲ୍ଲାପୁରମରେ ତାଜ ଫିସରମ୍ୟାନ କାଭ୍ ରିସର୍ଟ ଆଣ୍ଡ ସ୍ପା ବାହାରେ ଥିବା ସମୁଦ୍ର  ବେଳାଭୂମିରୁ ଅଳିଆ ଉଠାଇଛନ୍ତି।

BjdElectrycity

ମାମଲାପୁରମର ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଆଜି ୩୦ ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଅଳିଆ ଓ ପ୍ଲାଷ୍ଟିକ ସଫା କରିଥିଲେ ।

ଏନେଇ ସେ ଟ୍ବିଟ୍ ମଧ୍ୟ କରିଛନ୍ତି।

“ଆଜି ସକାଳେ ମାମଲାପୁରମର ସମୁଦ୍ର ବେଳାଭୂମିକୁ ସଫା କରିଥିଲି । ଏହା ପ୍ରାୟ 30 ମିନିଟ ଲାଗିଥିଲା । ଆସନ୍ତୁ ଆମ ସାର୍ବଜନୀନ ସ୍ଥାନକୁ ସଫା-ସୁତୁରା ରଖିବା। ନିଶ୍ଚିତ କରିବା ଯେ ଆମେ ଯେପରି ଫିଟ ଓ ସୁସ୍ଥ ରହିବା” ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.