Latest Odisha News

BREAKING NEWS

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପୂର୍ବରୁ ପୁରୀ ବେଳାଭୁମିରେ ବାଲୁକା ପ୍ରତିରୂପ ପ୍ରସ୍ତୁତ କଲେ ସୁଦର୍ଶନ

ପୁରୀ: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ । ତେବେ ପୁରୀ ବେଳା ଭୂମିରେ ଦେଖିବାକୁ ମିଳିଛି ରାମ ମନ୍ଦିର ଡିଜାଇନ୍‌ର ଅବିକଳ ପ୍ରତିରୂପ ।

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହିପରି ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଏଥିରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମା ସହ ଭବିଷ୍ୟତର ରାମ ମନ୍ଦିର ଡିଜାଇନ୍‌ର ପ୍ରତିରୂପ ଦେଖିବାକୁ ମିଳିଛି ।

ପ୍ରାୟ ୪ ଟନ ବାଲିରେ ତିଆରି ଏହି ବାଲୁକା କଳାର ଉଚ୍ଚତା ରହିଛି ୫ ଫୁଟ୍ । ସୁଦର୍ଶନ ପୂର୍ବରୁ ଏହାକୁ ଅଯୋଧ୍ୟାରେ ନିର୍ମାଣ କରିବାକୁ ଇଚ୍ଛା ରଖିଥିଲେ । ତେବେ ସାରା ଦେଶରେ ଲକ୍ ଡାଉନର ପ୍ରଭାବ ଥିବାରୁ ସେ ପୁରୀ ବେଳାଭୂମିରେ ଏହାକୁ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.