Latest Odisha News

BREAKING NEWS

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ

ଅଯୋଧ୍ୟା: ଆସନ୍ତାକାଲି ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ଭୂମି ପୂଜା କରାଯିବ । ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ । ଚାରିଆଡେ ନାକାବନ୍ଦୀ । ସୁରକ୍ଷା କଡ଼ାକଡ଼ି । ବ୍ଲକିଂ ଓ ଚେକିଂ ଜୋରଦାର କରାଯାଇଛି ।

ମନ୍ଦିର ନିର୍ମାଣ ସ୍ଥଳରେ ପଇଁତରା ମାରୁଛନ୍ତି ଏନଏସଜି କମାଣ୍ଡୋ । ପାଖାପାଖି ୪୦୦୦ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ୭୫ ଚେକ୍ ପୋଷ୍ଟ କରାଯାଇଛି । ସୋମବାର ରାତିରୁ ସିଲ୍ ହୋଇଛି ଅଯୋଧ୍ୟା ଜିଲ୍ଲା ସୀମା ।

ଲକ୍ଷ୍ନୌରୁ ବାହାରିଲେ ରାସ୍ତାର ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯାଇଛି । ଆବଶ୍ୟକ ପ୍ରମାଣପତ୍ର ନଦେଖାଇଲେ ପ୍ରବେଶ ଅନୁମତି ଦେଉନି ପୋଲିସ । ଲକ୍ଷ୍ନୌରୁ ଅଯୋଧ୍ୟା ଭିତରେ ୧୫ଟି ସ୍ଥାନରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।

ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭାବଗତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ପ୍ରମୁଖ ଯୋଗ ଦେବେ ।

Leave A Reply

Your email address will not be published.