Latest Odisha News

ଆମେରିକାରେ ସୁଦର୍ଶନ ଜିତିଲେ ବାଲୁକାକଳା ‘ପିପୁଲ୍ସ ଚଏସ୍’ ପୁରସ୍କାର

ଭୁବନେଶ୍ୱର: ଆମେରିକାର ବୋଷ୍ଟନ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ୨୦୧୯ ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିୟନସିପରେ ‘ପିପୁଲ୍ସ ଚଏସ୍’ ପୁରସ୍କାର ହାସଲ କରିଛନ୍ତି ଖ୍ୟାତନାମା ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଏହି ବିଶ୍ୱସ୍ତରୀୟ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ କରୁଥିଲେ ସ୍ୱନାମଧନ୍ୟ ଓଡ଼ିଆ ବାଲୁକାକଳା ଶିଳ୍ପୀ ସୁଦର୍ଶନ ।

ଏହି ବାଲୁକାକଳା ଉତ୍ସବରେ ସୁଦର୍ଶନ ‘ପ୍ଲାଷ୍ଟିକ୍ ପଲ୍ୟୁସନ’, ‘ସେଭ୍ ଓସେନ’ ପରି ଥିମ୍ କୁ ନେଇ ବାଲୁକାକଳା ପ୍ରଦର୍ଶନ କରିଥିଲେ, ଯାହାକି ଦର୍ଶକଙ୍କୁ ଛୁଇଁପାରିଛି ।

ଏହି ଅନ୍ତର୍ଜାତୀୟ ବାଲୁକାକଳା ସ୍ଥାପତ୍ୟ ପ୍ରତିଯୋଗିତା ଓ ପ୍ରଦର୍ଶନୀ ଜୁଲାଇ ୨୬ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଓସୁଦର୍ଶନ ୨୦୧୩ ମସିହାରେ ଆମେରିକାର ଆଟଲାଣ୍ଟାଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ବାଲୁକାକଳା ଚାମ୍ପିୟନସିପରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପୂର୍ବରୁ ୨୦୧୦ରେ ଉତ୍ତର ଆମେରିକା ସୋଲୋ ସ୍ୟାଣ୍ଡ୍ ସ୍ଥାପତ୍ୟ ପ୍ରତିଯୋଗିତାରେ ସେ ଏକାକୀ ୩ଟି ସ୍ୱର୍ଣ୍ଣପଦକ ହାସଲ କରିପାରିଥିଲେ ।

Leave A Reply

Your email address will not be published.