Latest Odisha News

BREAKING NEWS

ରାଷ୍ଟ୍ରପତି କୋବିନ୍ଦଙ୍କ ସହ ୭ଦିନିଆ ବିଦେଶ ଗସ୍ତରେ ଯିବେ ଏହି ଓଡିଆ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରବିବାର ଦିନଠାରୁ ଆଫ୍ରିକୀୟ ଦେଶ ତଥା ବେନିନ୍, ଗାମ୍ବିଆ ଓ ଗୁଇନିଆ ଆଦି ୩ ଗଣରାଜ୍ୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାବ୍ୟତୀତ ପଶ୍ଚିମବଙ୍ଗ ସାଂସଦ ଦିଲ୍ଲୀପ ଘୋଷ ମଧ୍ୟ ଏହି ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ମନ୍ତ୍ରୀ ଷଡଙ୍ଗୀ ଟ୍ୱିଟ୍ କରିଛନ୍ତି ।

ଆହୁରି ମଧ୍ୟ ଏହି ସମୟ ମଧ୍ୟରେ ଯାହାର ଯାହା ସମସ୍ୟା ରହିଛି ସେନେଇ ସମସ୍ତେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ବା ବିଧାୟକ, ମଣ୍ଡଳ ସଭାପତି କିମ୍ବା ମୋର ଲୋକସଭା କ୍ଷେତ୍ରର ପ୍ରତିନିଧି ଶ୍ରୀ ଉମାକାନ୍ତ ମହାପାତ୍ର (ବାବି ନନା)ଙ୍କୁ ଭେଟି ଲିଖିତ ଭାବେ ନିଜର ସମସ୍ୟା ଏବଂ ଅଭିଯୋଗ ଗୁଡିକ ଅବଗତ କରାଇଲେ ଏହାର ପ୍ରତିକାର କରାଯିବ ବୋଲି ମନ୍ତ୍ରୀ ଷଡଙ୍ଗୀ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.