Latest Odisha News

BREAKING NEWS

ବାଲୁକା କଳାରେ ଅକ୍ଷୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ; ଏଭଳି ପ୍ରତିକ୍ରିୟା ରଖିଲେ ଫଲୋଅର୍ସ

ଭୁବନେଶ୍ବର: ଆଜି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଜନ୍ମଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସ୍ବତନ୍ତ୍ର ବାଲୁକା କଳା ନିର୍ମାଣ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜନ୍ମଦିନ ଉପଲକ୍ଷେ ନିଜ ବାଲୁକା କଳାରେ ହାପି ବାର୍ଥ ଡ଼େ ଅକ୍ଷୟ ସହ ସେ ଅନେକଙ୍କ ପାଇଁ ରୋଲ ମଡେଲ ବୋଲି ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ।

ତେବେ କିଛି ଲୋକ ଏହାକୁ ଗ୍ରହଣ କରିଥିବା ବେଳେ ଅନେକ ଲୋକ ସୁଦର୍ଶନଙ୍କର ବଲିଉଡ କଳାକାରଙ୍କ ପ୍ରତି ଏହି ଭଲପାଇବାକୁ ଗ୍ରହଣ କରି ପାରିନାହାନ୍ତି । ସୁଦର୍ଶନଙ୍କ ଏହି ଶୁଭେଚ୍ଛା ବାର୍ତ୍ତାରେ ଅନେକ ତାଙ୍କୁ କଟାକ୍ଷ କରିବା ସହ ସେ ବାଲିଉଡ଼କୁ ସପୋର୍ଟ କରିଥିବାରୁ ତାଙ୍କୁ ଅନଫଲୋ କରିବାକୁ କହିଛନ୍ତି।

Leave A Reply

Your email address will not be published.