Latest Odisha News

BREAKING NEWS

ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ଆହତଙ୍କ ଆରୋଗ୍ୟ କାମନା କଲେ ସୁଦର୍ଶନ

ପୁରୀ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ଛାତି ଥରା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ବିଶ୍ୱର ବହୁ ବଡ଼ ବଡ଼ ନେତା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ଏହି ଘଟଣାକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକାକଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ବାଲୁକାକଳାରେ ଟ୍ରେନ ଦୁର୍ଘଟଣା ଦୃଶ୍ୟ ଏବଂ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତ ଆହତଙ୍କ ଶୀଘ୍ର ସୁସ୍ଥତା ନେଇ ପାର୍ଥନା କରିଛନ୍ତି ସୁଦର୍ଶନ । ବାଲେଶ୍ୱର ଅଞ୍ଚଳବାସୀ ଏବଂ ଯୁବକମାନେ ସ୍ୱେଛାକୃତ ଭାବେ ଆହତଙ୍କୁ ରକ୍ତ ଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଦର୍ଶନ ।

Leave A Reply

Your email address will not be published.