Latest Odisha News

ବାହାନଗା ରେଳ ଦୁର୍ଘଟଣା: ମନ ଇଛା ଭଡା ନ ବଢାଇବାକୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଅଚାନକ ବିମାନ ଯାତ୍ରା ଭଡ଼ା ବୃଦ୍ଧି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ରେଳ ଦୁର୍ଘଟଣାକୁ ଆଖିରେ ରଖି ଓ ଲୋକଙ୍କ ମାନସିକତାକୁ ଗୁରୁତ୍ୱ ଦେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଏହି ରେଳ ଦୁର୍ଘଟଣା ପରେ ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ୟ ରାଜ୍ୟକୁ ଯାଉଥିବା ବିମାନ ବା ଅନ୍ୟ ରାଜ୍ୟରୁ ଆସୁଥିବା ବିମାନର ଭଡା ଅଚାନକ ନ ବଢାଯାଉ । ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିମାନ କମ୍ପାନୀକୁ ଚିଠି ଲେଖାଯାଇଛି । କୌଣସି ବିମାନ କମ୍ପାନୀ ଯେଭଳି ଦୁର୍ଘଟଣାକୁ ଦେଖି ଭଡା ନ ବଢ଼ାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

ଅନ୍ୟପଟେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଚିଠି ଲେଖି ଜଣାଇଛନ୍ତି ଯେ ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ । ପ୍ରଭାବିତ ଶିଶୁ-କିଶୋରଙ୍କ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Leave A Reply

Your email address will not be published.