Latest Odisha News

BREAKING NEWS

ଶ୍ରୀମନ୍ଦିର ନୀତି-ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ସ୍କଟଲାଣ୍ଡ ସରକାରଙ୍କୁ ଅନୁରୋଧ କଲେ ସୁଦର୍ଶନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀତି ଓ ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ସ୍କଟଲାଣ୍ଡର ସରକାରଙ୍କୁ ଅନୁରୋଧ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏନେଇ ସେଠାରେ ଥିବା ଭାରତୀୟ ଦୂତାବାସ ତରଫରୁ ସ୍କଟଲାଣ୍ଡରେ ହୋଇଥିବା ରଥଯାତ୍ରାକୁ ନେଇ ଟ୍ବିଟ୍ ର ଉତ୍ତର ଦେଇ ଏଭଳି ଲେଖିଛନ୍ତି ସୁଦର୍ଶନ ।

ସେପଟେ ଇସ୍କନ ଉପରେ ବର୍ଷିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଉପରେ ବର୍ଷିଛନ୍ତି ସୁଦର୍ଶନ । ଗତ ୧୪ ତାରିଖରେ ନ୍ୟୁୟର୍କ ଏବଂ ୧୫ ତାରିଖରେ ସ୍କଟଲାଣ୍ଡରେ ଅଦିନରେ ରଥଯାତ୍ରା ଆୟୋଜନ କରାଯାଇଛି । ଯାହା ଗଭୀର ଦୁଃଖ ଦେଇଛି ବୋଲି ସେ କହିଛନ୍ତି । ସମର୍ପଣ ଭାବ ଯୋଗୁଁ ସାରା ବିଶ୍ବରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ମନ୍ଦିର ହେଉଛି । ହେଲେ ଇସ୍କନ ନୀତି ନିୟମକୁ ଭାଙ୍ଗୁଛି । ଦୀଘାରେ ମଧ୍ୟ ଇସ୍କନ୍ ଟ୍ରଷ୍ଟି ରହିଛି । ସେଠାରେ ଜଗନ୍ନାଥ ଧାମ ଲେଖାଯିବା ସହ ପେଡ଼ାକୁ ମହାପ୍ରସାଦ କୁହାଯାଉଛି ।

ଅନ୍ୟପଟେ, ଶଙ୍କରାଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଜପତି ମହାରାଜା ଓ ସେବାୟତ ମାନେ କହିବା ପରେ ମଧ୍ୟ କାହାରି କଥା ଶୁଣୁନି ଇସ୍କନ । ତେବେ ଭକ୍ତ ଆଗକୁ ଆସିବା ଦରକାର ବୋଲି କହିଛନ୍ତି ସୁଦର୍ଶନ । ସେପଟେ ଗତକାଲି ଆଇନ ମନ୍ତ୍ରୀ କହିଛନ୍ତି ଏନେଇ ଲିଗାଲ ଆକ୍ସନ ହେବ । ଯଦି ଇସ୍କନ ନଶୁଣେ, ଲିଗାଲ ଆକ୍ସନ ଯାହା ନିଆଯିବା କଥା ନିଆଯିବ ।

 

Comments are closed.